ଗଞ୍ଜାମରେ ୧୨ଶହ ଛୁଇଁଲା କରୋନା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର । ରୋଗୀ ସଂଖ୍ୟା ୧୨ଶହ ଛୁଇଁଲାଣି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଶନିବାର ଗଞ୍ଜାମ ଜିଲ୍ଲାରେ ପୁଣି ୫୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ସଂଖ୍ୟା ୧୧୯୫ର ପହଞ୍ଚିଛି । ଜଣକର ମୃତୁ୍ୟ ହୋଇଛି । ମୃତକ ଧରାକୋଟର । ତାଙ୍କ ବୟସ ୬୮ । ସେ କରୋନା ପଜିଟିଭ୍ ରହିଥିଲେଏବଂ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ପ୍ରକାଶ କରିଛି । ମୃତକଙ୍କ ଗ୍ରାମରେ ଆଉ ଦୁଇଜଣଙ୍କ ମଧ୍ୟ କରୋନାରେ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଅସ୍ୱୀକାର କରିଛନ୍ତି । କେବଳ ଜଣକର ମୃତୁ୍ୟ ହୋଇଥିବା ସେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ।
ଏହାସହ ବ୍ରହ୍ମପୁର ସହରରେ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଚାରିଦିନିଆ ସଟ୍ଡାଉନ୍ ଆରମ୍ଭ ହୋଇଛି । ବ୍ରହ୍ମପୁରରେ ଆଜି ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରର ଅଧିକାଂଶ ଅଞ୍ଚଳକୁ ବ୍ୟାରିକେଡ୍ କରାଯାଇଛି । ହିଲ୍ପାଟଣାରେ ଏକ ଆପାର୍ଟମେଣ୍ଟରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ବାସିନ୍ଦାମାନେ ନିଜ ପକ୍ଷରୁ ଏହାକୁ ସିଲ୍ କରିଛନ୍ତି । ସ୍ୱାସ୍ଥ୍ୟଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଆଜି ଅପରାହ୍ଣ ୪ଟା ସୁଦ୍ଧା ୩୯, ୫୬୫ଜଣଙ୍କୁ ସ୍କ୍ରିନିଂ କରାଯାଇଥିବା ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରେ କେତେଜଣ ସନ୍ଦିଗ୍ଧ ଅଛନ୍ତି ସେ ନେଇ କୌଣସି ସୂଚନା ଦିଆଯାଇନି ।
ଜିଲ୍ଲାରେ ଏବେ ମୃତୁ୍ୟ ସଂଖ୍ୟା ୯ ହୋଇଛି । ନୂଆ ଚିହ୍ନଟ ହୋଇଥିବା ୫୮ ରୋଗୀଙ୍କ ମଧ୍ୟରେ ୧୮ କରୋନା ଯୋଦ୍ଧା ରହିଛନ୍ତି । ସଂକ୍ରମିତ ଯୋଦ୍ଧାଙ୍କ ମଧ୍ୟରେ ଶେରଗଡ଼ରୁ ୨, ରଙ୍ଗେଇଲୁଣ୍ଡାରୁ ୭, ସାନଖେମୁଣ୍ଡିରୁ ଜଣେ, ପୋଲସରାରୁ ଜଣେ, କୁକୁଡ଼ାଖଣ୍ଡିରୁ ଜଣେ, ବୁଗୁଡ଼ାରୁ ଜଣେ, ଭଞ୍ଜନଗରରୁ ଜଣେ, ଆସିକାରୁ ୨ଜଣ, ବିଏମ୍ସିରୁ ଜଣେ ଓ ପୁରୁଷୋତ୍ତମପୁରରୁ ଜଣେ ରହିଛନ୍ତି । ସେହିର ଜଣେ ପୁରୁଷୋତ୍ତମପୁର ବ୍ଲକ୍ରୁ ସୁରଟରୁ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ଶତାଧିକ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ଜିଲ୍ଲାରେ ଶନିବାର ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୩୯ଜଣ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବାରୁ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଆସିକାରେ ୨ଜଣ, ବିଏମ୍ସିରେ ୫ଜଣ, ଛତ୍ରପୁରରେ ଜଣେ, କବିସୂର୍ଯ୍ୟନଗରରେ ୩, ଖଲ୍ଲିକୋଟରେ ୧, ବେଗୁନିଆପଡ଼ାରେ ୧୦, କୁକୁଡ଼ାଖଣ୍ଡିରେ ଜଣେ, ପୁରୁଷୋତ୍ତମପୁରରେ ୨, ହିଞ୍ଜିଳିକାଟୁରେ ୪, ବୁଗୁଡ଼ାରେ ୧, ପୋଲସରାରେ ୫, ଶେରଗଡ଼ ବ୍ଲକ୍ରେ ୩, ରଙ୍ଗେଇଲୁଣ୍ଡାରେ ଜଣେ ଆକ୍ରାନ୍ତ ରହିଛନ୍ତି ।
୪୮ଜଣ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି । ଜିଲ୍ଲାରେ ୧୧୯୫ଜଣ ରୋଗୀଙ୍କ ମଧ୍ୟରୁ ୮୫୯ଜଣ ସୁସ୍ଥ ହୋଇସାରିଛନ୍ତି । ୯ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୨୮ଜଣ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons