ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ଆତଙ୍କୀ ଆକ୍ରମଣ, ୧୧ ନିହତ

Get real time updates directly on you device, subscribe now.

କରାଚୀ: ପାକିସ୍ତାନର ବନ୍ଦରନଗରର କରାଚୀରେ ଥିବା ଦେଶର ସର୍ବବୃହତ ତଥା ପୁରୁଣା ଷ୍ଟକ ଏକ୍ସଚେଞ୍ଜ ଉପରେ ଆଜି ଆତଙ୍କୀ ଆକ୍ରମଣ ଘଟିଛି । ଏଥିରେ ୪ ଆତଙ୍କବାଦୀଙ୍କ ସମେତ ୧୧ ଜଣ ପ୍ରାଣ ହରାଇଥିଲା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ପୂର୍ବାହ୍ନ ୧୦ଟା ବେଳେ ୪ ଜଣ ଆତଙ୍କବାଦୀ ଏକ କାର୍ରେ ଆସିଥିଲେ । ସେମାନେ ପାର୍କିଂ ଅଞ୍ଚଳରେ ଗାଡି ରଖି ଚାଲି ଚାଲି ଆସି କଡା ସୁରକ୍ଷା ବଳୟରେ ଥିବା ଷ୍ଟକ ଏକ୍ସଚେଞ୍ଜ କ୍ୟାମ୍ପସ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । କିନ୍ତୁ ଗେଟ୍ରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଫଳରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ମାଡ଼ କରିଥିଲେ । ତା ପରେ ଏକେ-୪୭ ରାଇଫଲରୁ ଗୁଳିମାଡ଼ ଆରମ୍ଭ କରିଥିଲେ । ଏକଥା ଜଣାପଡିବା ପରେ ପାକିସ୍ତାନର ସ୍ୱତନ୍ତ୍ର ପୁଲିସ ବାହିନୀ ଓ ରେଜର୍ସ ଟିମ୍ ସେଠାରେ ପହଞ୍ଚô ତୁରନ୍ତ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟକୁ ଚାରିପଡୁ କର୍ଡନ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଆରମ୍ଭ କରିଥିଲେ । କିଛି ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ୪ ଜଣ ଯାକ ଆତଙ୍କବାଦୀ ନିପାତ ହୋଇଥିଲେ । ତେବେ ତା ପୂର୍ବରୁ ଆତଙ୍କୀମାନେ ୭ ଜଣଙ୍କୁ ହତ୍ୟା କରିସାରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଷ୍ଟକ ଏକ୍ସଚେଞ୍ଜର ୪ ସୁରକ୍ଷାକର୍ମୀ, ଜଣେ ପୁଲିସ ଓ ୨ ଜଣ ସାଧାରଣ ନାଗରିକ ।
ଆକ୍ରମଣ ସମୟରେ ଷ୍ଟକ ଏକ୍ସଚେଞ୍ଜ କ୍ୟାମ୍ପସରେ ବହୁ ଲୋକ ଉପସ୍ଥିତ ଥିଲେ । ଯଦି ଆତଙ୍କୀମାନେ ଭିତରେ ପ୍ରବେଶ କରିଥାନ୍ତେ ତେବେ ବଡଧରଣର ଅଘଟଣ ଘଟିଥାନ୍ତା । କାରଣ ସେହି ସମୟରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ସେଠାରେ ଥିଲେ । ଷ୍ଟକ ଏକ୍ସଚେଞ୍ଜ କ୍ୟାମ୍ପସରେ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ସମେତ ଆହୁରି ଅନେକ ଘରୋଇ ବ୍ୟାଙ୍କ ମଧ୍ୟ ରହିଥିଲା । ତା’ଛଡା ଆତଙ୍କୀମାନେ ଦୀର୍ଘ ଘଣ୍ଟାର ଲଢେ଼ଇ ଲାଗି ପ୍ରସ୍ତୁତ ହୋଇ ଆସିଥିଲେ । ଯାହାକି ସେମାନଙ୍କ ପାଖରୁ ମିଳିଥିବା ଏକେ ୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ମାଗାଜିନ, ଅନ୍ୟାନ୍ୟ ବିପୁଳ ପରିମାଣ ବିସ୍ଫୋରକ ଓ ଖାଦ୍ୟ ପ୍ୟାକେଟରୁ ଜଣାପଡିଛି । ଏପରିକି ସେମାନେ ପଣବନ୍ଦୀ ମଧ୍ୟ କରିବାର ଆଶଙ୍କା ଥିଲା । ହେଲେ ଠିକ୍ ସମୟରେ ପୁଲିସର କାର୍ଯ୍ୟାନୁÂାନ ଯୋଗୁ ତାହା ବିଫଳ ହୋଇଥିଲା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ପାଇଁ ବେଲୁଚ ଲିବରେସନ ଆର୍ମି ନିଜକୁ ଦାୟୀ କରିଛି । ଆକ୍ରମଣ ପରେ କରାଚୀରେ ହାଇଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons