ଚିଲିକା/ବାଣପୁର,(ବି.ବି.ନ୍ୟୁଜ୍): ସୋମବାର ଅପରାହ୍ନରେ ଚିଲିକା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାଇକ୍ ଦୁର୍ଘଟଣା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସାନନଈରୀ ଗ୍ରାମର ବ୍ରଜ ନାୟକଙ୍କ ପୁଅ ବୀରେନ୍ ନାୟକ (୨୮) ।
ବୀରେନ୍ ଗଙ୍ଗାଧରପୁର ନିକଟ ଚିଲିକା ବ୍ଲକ କାର୍ଯ୍ୟାଳୟଠାରେ ଥିବା ଅଗ୍ନିଶମ ବିଭାଗ ସମ୍ମଖ ରାସ୍ତାରେ ଏକ ବାଇକ ଯୋଗେ ଦ୍ରୁତ ଗତିରେ ନିଜ ଗ୍ରାମରୁ ନାଚୁଣୀ ଅଭିମୁଖେ ଯାଉଥିଲେ । ବର୍ଷା ଯୋଗୁଁ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ । ଫଳରେ ଗୁରୁତର ଆହତ ଅବସ୍ଥାରେ ବୀରେନ୍ଙ୍କୁ ଅଗ୍ନିଶମ ବିଭାଗ ଗାଡ଼ି ଯୋଗେ ବାଲୁଗାଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.