ସୋରୁମ୍ କର୍ମଚାରୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): କରୋନା ମୁକାବିଲା ପାଇଁ ସଟଡାଉନ ଓ ଲକ୍ଡାଉନ ପରେ ଏବେ ଅନଲକ୍-୨ ଚାଲିଛି । ଲୋକମାନଙ୍କ ଆର୍ଥିକ ଅବସ୍ଥା ଏହି ସମୟରେ ବିଶେଷ ଖରାପ ହୋଇ ପଡ଼ିଥିବାରୁ ସରକାର ଋଣ ଆଦାୟ ପାଇଁ ଜୁଲମ୍ ନ କରିବାକୁ ବ୍ୟାଙ୍କ ଓ ସମସ୍ତ ଫାଇନାନ୍ସ କମ୍ପାନୀକୁ ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ବ୍ୟାଙ୍କ ଠାରୁ ଆରମ୍ଭ କରି ଘରୋଇ ଆର୍ଥିକ ସଂସ୍ଥା ଓ ସୋରୁମ୍ ମାଲିକ ଏହି ସମୟରେ ଋଣ ଗ୍ରହିତାଙ୍କ ପ୍ରତି କୋହଳ ମନୋଭାବ ଦେଖାଉଛନ୍ତି । ଠିକ ଏହି ସମୟରେ କମିଶନ ଭିତ୍ତିରେ କେତେକ ଟ୍ରାକ୍ଟର ବିକ୍ରୀ କରିବା ପରେ ଅର୍ଥ ଆଦାୟ କରିନପାରି ଏକ ସୋରୁମ୍ର କର୍ମଚାରୀ ଶେଷରେ ଆତ୍ମହତ୍ୟା କରିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ବିବରଣୀ ଅନୁଯାୟୀ ସହରାଞ୍ଚଳ ଥାନା ଅଧୀନସ୍ଥ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ବାଇକ୍ ଓ ଟ୍ରାକ୍ଟର ସୋରୁମର ଜନୈକ କର୍ମଚାରୀ ଗବସାହି ଗ୍ରାମର ଚିତ୍ତରଂଜନ ଜେନାଙ୍କ ମୃତଦେହ ଆଜି ସକାଳେ ସୋରୁମ ବାରଣ୍ଡାରେ ଦେଖିବାକୁ ମିଳିଥିଲା । ଗତକାଲି ସନ୍ଧ୍ୟାରୁ ସେ ଭଉଣୀ ଘରକୁ ଯାଉଛି କହି ଫେରିନଥିଲେ । ଆଜି ସାକଳେ ତାଙ୍କ ମୃତଦେହ ମିଳିଥିଲା । ମୃତଦେହ ନିକଟରୁ ଏକ ବିଷବୋତଲ ଓ ପିନ୍ଧିଥିବା ସାର୍ଟ ପକେଟରୁ ଏକ ସୁଇସାଇଡ ନୋଟ ମିଳିଛି । ସୁଇସାଇଡ ନୋଟରେ ଶ୍ରୀ ଜେନା ଉକ୍ତ ସୋରୁମର ମାଲିକ ସେ ବିକ୍ରୀ କରିଥିବା ଟ୍ରାକ୍ଟର ଅର୍ଥ ଅସୁଲ ପାଇଁ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଛନ୍ତି । ଚାପରେ ଆସି ସେ କେତେକ ଟ୍ରାକ୍ଟର ଫେରାଇଥିଲେ ମଧ୍ୟ ଅବଶିଷ୍ଟ ଅର୍ଥ ପାଇଁ ସୋରୁମ ମାଲିକ ତାଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ନିର୍ଯାତନା ଦେଇ ଚାଲିଥିବାରୁ ଅନ୍ୟ କୌଣସି ଉପାୟ ନ ପାଇ ସେ ଆତ୍ମହତ୍ୟା କରୁଥିବା ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ଘଟଣାରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି । ତଦନ୍ତ ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons