ବିଜେଡି ବିଧାୟକଙ୍କୁ ନବୀନଙ୍କ ୮ ମନ୍ତ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା ଯୋଗୁଁ ସମଗ୍ର ମାନବଜାତି ଏବେ ମହାସଂକଟ ଦେଇ ଗତି କରୁଛି । ଆପଣମାନେ ନିଜ ଅଞ୍ଚଳର ନେତୃତ୍ୱ ନେଉଛନ୍ତି, ଅଞ୍ଚଳରେ ଖାତିର୍ ମଧ୍ୟ ଅଛି । ଏ ସମୟରେ ଆପଣମାନେ ଲୋକଙ୍କ ସହ ଯୋଡ଼ି ହୁଅନ୍ତୁ । ସେମାନଙ୍କୁ ସାହସ ଓ ପ୍ରେରଣା ଦିଅନ୍ତୁ । ସଚେତନ କରାନ୍ତୁ । କରୋନା ସଂକଟ ଜନସେବା କରିବାକୁ ଆଣିଛି ସୁବର୍ଣ୍ଣ ସୁଯୋଗ ।
ବିଜେଡି ବିଧାୟକମାନଙ୍କୁ ଆଜି କରୋନା ମୁକାବିଲା ନେଇ ଏମିତି ମନ୍ତ୍ର ଫୁଙ୍କିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଦୀର୍ଘ ସାଢେ଼ ୩ ମାସ ପରେ ବିଧାୟକମାନଙ୍କୁ ଭିଡିଓ କନ୍ଫରେନ୍ସିଂ (ଭର୍ଚୁଆଲ) ଜରିଆରେ ସମ୍ବୋଧିତ କରି ନବୀନ ୮ ସୂତ୍ରୀ ଗୁରୁମନ୍ତ୍ର ଦେଇ କହିଛନ୍ତି, ଆପଣମାନେ ଗହଳିକୁ ଯାଆନ୍ତୁନି କି ଭିଡ଼ କରନ୍ତୁନି । ଟେକ୍ନୋଲାଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ବୁଝନ୍ତୁ । ଜୀବନ ଜୀବିକା ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରନ୍ତୁ ।
ଦଳୀୟ ବିଧାୟକମାନଙ୍କୁ ଆହ୍ୱାନ ଦେଇ ନବୀନ କହିଛନ୍ତି, ପ୍ରତି ଗାଁରେ ଥିବା ଆମର ଦଳୀୟ କର୍ମୀମାନେ କୋଭିଡ୍ କାର୍ଯ୍ୟକ୍ରମର ସ୍ୱେଚ୍ଛାସେବୀ ଭାବେ ଯେଭଳି କାମ କରନ୍ତି ତାହା ଉପରେ ନଜର ରହିବା ଦରକାର । ବୟସ୍କ ଲୋକଙ୍କ ଯତ୍ନ ନେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନେଇ ଜନସାଧାରଣଙ୍କୁ ସଚେତନ କରନ୍ତୁ । ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉ । ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ଗଠନ ସହ ୱାର୍ଡସ୍ତରରେ କୋଭିଡ୍ କେୟାର କମିଟିଗୁଡ଼ିକୁ ମିଳୁଥିବା ୧୦ ହଜାର ଟଙ୍କାର ଠିକଣା ବିନିଯୋଗ ଉପରେ ନଜର ରଖନ୍ତୁ ।
ନବୀନ କହିଲେ, ବିଧାୟକ ଭାବେ ଆପଣଙ୍କ ଅଞ୍ଚଳରେ ଅନେକ ବିକାଶମୂଳକ କାମ କରିଥାଇପାରନ୍ତି । ମାତ୍ର କରୋନା ଏବେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ସାଧାରଣ ଲୋକଙ୍କ ଜୀବନ ଓ ମୃତୁ୍ୟ ସହ ଜଡ଼ିତ ଏ ସଂକଟ ବେଳେ ଅଧିକ ନିÂାର ସହ କାମ କରିବାକୁ ହେବ । ମହାପ୍ରଭୁଙ୍କ ଆଶୀର୍ବାଦଳ ଜନସାଧାରଣଙ୍କ ସହଯୋଗ, ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ କଠିନ ପରିଶ୍ରମରୁ ଆମ ରାଜ୍ୟ କରୋନା ଯୁଦ୍ଧରେ ଭଲ ସ୍ଥିତିରେ ଅଛି । ସାରା ଦେଶରେ ଓଡ଼ିଶାର ସୁସ୍ଥତା ହାର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୃତୁ୍ୟହାର ମଧ୍ୟ କମ୍ ରହିଛି ।
କରୋନ ଯୁଦ୍ଧରେ ଅତି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଓଡ଼ିଶା ପହଞ୍ଚିଛି । ଲକଡାଉନ୍ ପରେ ପ୍ରାୟ ୭ ଲକ୍ଷ ଲୋକ ଓଡ଼ିଶା ଫେରିଛନ୍ତି । ନୂଆ ଚିନ୍ତାଧାରାରୁ ଅମେ ପରିସ୍ଥିତିକୁ ଠିକ୍ ଭାବେ ମୁକାବିଲା କରିପାରିଛୁ । ଆମେ ଓଡ଼ିଶା ଫେରିଥିବା ପ୍ରବାସୀଙ୍କ ଟ୍ରେନ ଭଡ଼ା ସହ କ୍ୱାରେଣ୍ଟାଇନ୍ ଖର୍ଚ୍ଚ, ଲୋକଙ୍କ ନମୁନା ପରୀକ୍ଷା, ଚିକିତ୍ସା ଓ ଔଷଧ ଖର୍ଚ୍ଚ ବହନ କରୁଛୁ । ବିପିଏଲ୍ ଅବା ଏପିଏଲ୍, ଗାଁ ହେଉ କିମ୍ବା ସହର କରୋନା ପୀଡ଼ିତଙ୍କୁ ଆମେ ମାଗଣାରେ ଚିକିତ୍ସା ଯୋଗାଇ ଦେଉଛୁ । ୪ ମାସର ରାସନ ସହ ଭତ୍ତା ମଧ୍ୟ ସରକାର ଆଗୁଆ ପ୍ରଦାନ କରିଛନ୍ତି । ମିଶନ ଶକ୍ତି ମା’ମାନେ ଏ ସମୟରେ ଅଢେ଼ଇ କୋଟି ମିଲ୍ ଯୋଗାଇଛନ୍ତି । କୋଭିଡ୍ ହସପିଟାଲ ସ୍ଥାପନ କରିବା ଠାରୁ ଆରମ୍ଭ କରି ଚିକିତ୍ସା ଉପକରଣ ବ୍ୟବସ୍ଥା ଓ ତାଲିମ ଆଦି ଆମେ ରେକର୍ଡ ସମୟରେ କରିପାରିଛୁ ବୋଲି ନବୀନ କହିଥିଲେ ।
ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ଲକଡାଉନ୍ ହେଉ ଅବା ସଟଡାଉନ୍, ଆମେ ସବୁବେଳେ ବୈଜ୍ଞାନିକ ଆଭିମୁଖ୍ୟ ନେଇ କାମ କରିଛୁ । ଆମର ଫୋକସ୍ ସବୁବେଳେ ଗୋÂୀ ଉପରେ ରହିଛି । ସଶକ୍ତ ସରପଞ୍ଚ, କୋଭିଡ୍ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ପରିଶ୍ରମ ଓ ସାଢେ଼ ୪ କୋଟି ଓଡ଼ିଆଙ୍କ ତ୍ୟାଗରୁ ଓଡ଼ିଶା କରୋନା ପରିଚାଳନାରେ ଆଦର୍ଶ ରାଜ୍ୟ ଭାବେ ଗଣାଯାଉଛି । ଏବେ ଜଟିଳ ପରିସ୍ଥିତି ଦେଇ ଆମେ ଗତି କରୁଛେ, ତେଣୁ ଆମକୁ ଅଧିକ କାମ କରିବାକୁ ହେବ । ଏବେ ହଟସ୍ପଟ୍ ଅଞ୍ଚଳରୁ ଦୈନିକ ୧୦ ହଜାର ଲୋକ ରାଜ୍ୟକୁ ଆସୁଛନ୍ତି । ତେଣୁ ତଦାରଖ ବ୍ୟବସ୍ଥାକୁ ଅଧିକ ବିକେନ୍ଦ୍ରୀକରଣ କରାଯାଇଛି ।
ଅପିଲ୍ କରି ନବୀନ କହିଲେ, ଏ ଯୁଦ୍ଧରେ ଆପଣମାନଙ୍କର ବଡ଼ ଭୂମିକା ଅଛି । ଆପଣଙ୍କ ନେତୃତ୍ୱ ଉପରେ ଲୋକଙ୍କର ଭରସା ଓ ବିଶ୍ୱାସ ରହିଛି । ଆପଣମାନେ କରୋନା ଗାଇଡଲାଇନ୍ ପାଳନ କରି ଏମିତି ପଦକ୍ଷେପ ନିଅନ୍ତୁ ଯାହା ଆମ କର୍ମୀ ଓ ଲୋକଙ୍କୁ ପ୍ରେରଣା ଦେବ । ଲୋକମାନେ ନିଜର ଓ ନିଜ ପରିବାରର ଯେପରି ଉପଯୁକ୍ତ ଯତ୍ନ ନେବେ ସେଥିପାଇଁ ବିଧାୟକମାନେ ପ୍ରେରଣା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons