ସ୍ପଞ୍ଜ ଆଇରନ୍ ପ୍ଳାଣ୍ଟରେ ବିସ୍ଫୋରଣ: ୭ ଆହତ

Get real time updates directly on you device, subscribe now.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ବୁଡ଼ ସ୍ଥିତ TPSL ( ଠାକୁର ପ୍ରସାଦ ସାଓ ଲିଃ)ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ଥିବା SMS ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍‌ ହୋଇ ବିସ୍ଫୋରଣ ହୋଇଛି । ଯାହାଫଳରେ ୭ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଦୁର୍ଘଟଣା ଘଟିବା ପରେ କାରଖାନା କର୍ତ୍ତୃପକ୍ଷ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବ୍ଲାଷ୍ଟ ଫରନେସ ରୁ ଉତ୍ତପ୍ତ ତରଳ ଲୁହା ସ୍ଥାନାନ୍ତର ବେଳେ ଫରନେସ ଲିକ ହୋଇ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି । ଉତ୍ତପ୍ତ ତରଳ ଲୁହା ଦେହରେ ପଡିବାରୁ ସମସ୍ତେ ଆହତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ , ତାଙ୍କୁ ରାଉରକେଲା IGHଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons