କୁମ୍ଭୀରକୁ ଗଛରେ ଟାଙ୍ଗୀ ମାରିଲେ: ମାଂସ ଖାଇଲେ

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ କାଲଦାପାଲ୍ଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବନ୍ୟ ଜନ୍ତୁଙ୍କ ସହ ମଣିଷଙ୍କ ଘୃଣ୍ୟ ଆଚରଣ ଦେଖିବାକୁ ମିଳିଛି। ଜାଲରେ ଧରା ପଡିଥିବା ଏକ ୧୦ ଫୁଟ ଜିଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗୀ ଦେବା ସହ ସେଲ୍‌ଫି ଉଠାଇଛନ୍ତି। ଏଥି ସହିତ ନଖ କାଟିବା ପରେ କୁମ୍ଭୀରକୁ କାଟି ଖାଇଥିବା ଜଣାପଡିଛି।
ସୂଚନା ମୁତାବିକ, ମାଲକାନଗିରିର ଛତିଶଗଡ ସିମାନ୍ତ ସାବେରି ନଦିରେ ମାଛ ଧରିବାକୁ ଯାଇ କାଲଦାପାଲ୍ଲି ଗାଁ ଲୋକଙ୍କ ଜାଲରେ ଏକ ୧୦ ଫୁଟର କୁମ୍ଭୀର ପଡିଥିଲା। ପରେ ଏହାକୁ ଗାଁରେ ଆଣି ଏକ ଗଛରେ ଝୁଲାଇ ରଖିଥିଲ ଆଦିବାସୀ ଲୋକେ। କୁମ୍ଭୀର ସହ ଦୀର୍ଘ ସମୟ ଧରି ସେଲ୍ଫି ଉଠାଇବା ସହ ନଖ କାଟିବା ପରି ଅନେକ କାର୍ୟ୍ୟ କରିଥିଲେ । ତେବେ ପରେ ଗାଁ ଲୋକେ କୁମ୍ଭୀର ଟିକୁ କାଟି ଖାଇଥିବା ଜଣା ପଡିଛି। ଏହି ସବୁ ଭାଇରାଲ ଫଟୋ ବନ ବିଭାଗ ପାଖରେ ପହଞ୍ଚିବା ପରେ ମଧ୍ୟ ବନ ବିଭାଗର ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons