ବାଲିଆପାଳ ମହିଳାଙ୍କ କରୋନାରେ ମୃତୁ୍ୟ!

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମର ଜନୈକ ମହିଳାଙ୍କ କରୋନାରେ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ହେଲେ ସ୍ୱର୍ଗତ ଗୌରାଙ୍ଗ ଦାସଙ୍କ ପତ୍ନୀ ଆରତି (୫୩) । ଆରତିଙ୍କ ଦେହ ଅସୁସ୍ଥ ହେବାରୁ ଜୁନ୍ ୧୪ ତାରିଖରେ ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ କ୍ୟାନସର ହୋଇଥିବା ଆଶଙ୍କା କରିଥିଲେ । ଏଣୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଜୁନ ୧୭ ତାରିଖ୍ରେ ପରିବାର ଲୋକେ ନେଇଯାଇଥିଲେ । ସେଠାରେ ତାଙ୍କର କରୋନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ କ୍ୟାନସର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଆରତି ରହୁଥିବା ୱାର୍ଡରେ କରୋନାରେ ଜନୈକ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ଏଣୁ ସେଠାରେ ଥିବା ଅନ୍ୟ ରୋଗୀଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୪ଜଣଙ୍କର ପଜିଟିଭ୍ ଚିହ୍ନଟ ହେବାରୁ ଜୁଲାଇ ୨ ତାରିଖରେ ପୁଣିଥରେ ଆରତିଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ତେବେ ୨ ତାରିଖ ରାତ୍ରିରେ ଆରତିଙ୍କର ମୃତୁ୍ୟ ହୋଇଯାଇଥିଲା । ଶନିବାର ବାଲିଆପାଳ ତହସିଲଦାରଙ୍କ ପାଖକୁ ଆରତିଙ୍କ ପଜିଟିଭ୍ ରିପୋର୍ଟ ସରକାରୀ ସୂଚନା ଆସିଛି । ଆରତିଙ୍କ ଦେଖାଶୁଣା କରୁଥିବା ୨ ପୁଅଙ୍କୁ ଆରତିଙ୍କ ମୃତଦେହ ଦିଆନଯିବାରୁ ଦୁଇପୁଅ ଘରକୁ ପଳାଇ ଆସିଥିଲେ । ଶନିବାର ତାଙ୍କର ମୃତଦେହ ସକ୍ରାର ହେବା ନେଇ ବିଏମସି ପକ୍ଷରୁ ଆରତିଙ୍କର କରୋନାରେ ମୃତୁ୍ୟ ହୋଇଥିବା ସୂଚନା ଆସିବା ସହ ବାଲିଆପାଳ ତହସିଲଦାରଙ୍କ ଜରିଆରେ ପରିବାର ଲୋକଙ୍କୁ ସେଠାକୁ ଯିବାକୁ ଖବର ଆସିଥିବା ସୂଚନା ମିଳିଛି । ଏବେ ଦୁଇପୁଅ ଏବଂ ତାଙ୍କୁ ଆଣିବାକୁ ଯାଇଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଲିଯାଇଛି । ବାଲିଆପାଳ ବ୍ଲକରେ କରୋନାରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆରତୀ ତୃତୀୟ । ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବାଲିଆପାଳ ବ୍ଲକରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ବର୍ତ୍ତମାନ କମୁ୍ୟନିଟିରୁ ପଜିଟିଭ୍ ବାହାରୁଥିବା ବେଳେ ଗୁରୁବାର ୧୪୯ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ଆସିଥିବା ୧୩୫ଟି ରିପୋର୍ଟ ନେଗେଟିଭ ରହିଛି ଏବଂ ୩ଜଣଙ୍କର ପଜିଟିଭ୍ ଆସିଛି । ନାରାୟଣପୁର ଅଞ୍ଚଳରେ ୨ଜଣ ଏବଂ ଡଗରାରୁ ଜଣେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons