ରାଜ୍ୟବାସୀଙ୍କୁ ନବୀନଙ୍କ କରୋନା ମନ୍ତ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଗାଇଡଲାଇନ୍ ମାନି ଶୃଙ୍ଖଳାର ସହ ପୁରୀରେ ରଥଯାତ୍ରା ଅନୁÂିତ ହେଲା । ପୁରୀ ସମଗ୍ର ବିଶ୍ୱକୁ ବାଟ ଦେଖାଇଲା । ମହରପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଛନ୍ତି । କରୋନା ଲଢେ଼ଇ ଜିତିବାକୁ ହେଲେ ରାଜ୍ୟବାସୀଙ୍କୁ ଏ ତିନି ମାର୍ଗ ଆପଣେଇବାକୁ ପଡ଼ିବ । ଆସନ୍ତୁ ତ୍ୟାଗ, ସଂଯମ ଓ ଶୃଙ୍ଖଳା ଅସ୍ତ୍ରରେ କରୋନା ଯୁଦ୍ଧ ଲଢ଼ିବା ଓ ବିଜୟୀ ହେବା । ଓଡ଼ିଶାବାସୀଙ୍କୁ ଆଜି ଏମିତି ମନ୍ତ୍ର ଦେବା ସହ କରୋନା ମାର୍ଗଦର୍ଶିକା ମାନିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ଆଜି (ସୋମବାର) ସନ୍ଧ୍ୟାରେ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି । ବିଶେଷ କିଛି କଟକଣା ନାହିଁ । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି । ଦେଶରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢ଼ୁଛି । ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି । ତେଣୁ କରୋନା ଟୀକା କିମ୍ବା ଔଷଧ ନବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ସ୍ୱାଭାବିକ ହେବନି । ତେଣୁ ସମସ୍ତେ କରୋନା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟବାସୀଙ୍କୁ ଅପିଲ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନ ହେଲେ ବାହାରକୁ ଯାଆନ୍ତୁ ନାହିଁ । ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ବାରମ୍ବାର ସାବୁନରେ ଭଲ ଭାବରେ ହାତ ଧୂଅନ୍ତୁ । ଗହଳି ନକରିବାକୁ କିମ୍ବା ଗହଳିକୁ ନଯିବା ସହ ବୟସ୍କ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି ।
ଯୁବ ସମାଜକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ କରୋନା ନିୟମକୁ ଭଲ ଭାବରେ ପାଳନ କରନ୍ତୁ । ଆପଣମାନେ ସଂକ୍ରମିତ ହେଲେ ବାପା, ମା, ପରିବାର ଓ ପିଲାମାନେ ସଂକ୍ରମିତ ହୋଇପାରନ୍ତି । ତେଣୁ ହେଳା ନକରି ସତର୍କ ରହନ୍ତୁ ।
ରାଜ୍ୟବାସୀଙ୍କୁ ରଥଯାତ୍ରାର ଉଦାହରଣ ଦେଇ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର କିଭଳି ପାଳନ ହୋଇଛି ତାହା ନିଜ ବାର୍ତ୍ତାରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି । ବିନା ଭକ୍ତରେ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି । ସାରା ବିଶ୍ୱ ଆମ ଉପରେ ନଜର ରଖିଥିଲା । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହେଲୁ । ଶୃଙ୍ଖଳାର ସହ କାମ କରି ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିପାରିଛୁ ।
ମହାପ୍ରଭୁ ୪ ଦିନ ବଡ଼ଦାଣ୍ଡରେ ରହିଲେ । କିନ୍ତୁ ପୁରୀବାସୀ କରୋନା ଗାଇଡଲାଇନ୍ ମାନି କେହି ଜଣେ ବି ରାସ୍ତାକୁ ଆସିନଥିଲେ । ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ । ପୁରୀବାସୀଙ୍କ ଏ ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ । ସେମାନଙ୍କ ତ୍ୟାଗର ତୁଳନା ନାହିଁ । ତ୍ୟାଗ ହେଉଛି ସର୍ବଶ୍ରେÂ ଭକ୍ତି । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସଂପର୍କକୁ ଅଧିକ ନିବିଡ଼ କରିଥାଏ । କଟକଣାରେ ରଥଯାତ୍ରା ସରିଥିବାରୁ ସେବାୟତ ବନ୍ଧୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପୁରୀ ବାସୀ ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମହାପ୍ରଭୁ ଆମକୁ ବାଟ ଦେଖାଇଥିବା ଏ ୩ ମାର୍ଗରେ ଆମେ ବାଟ ଚାଲିବା । କରୋନା ନିୟମକୁ କଡ଼ାକଡ଼ି ପାଳନ କରି ଆମେ ଏ ଯୁଦ୍ଧ ଜିତିବା । ମୁଖ୍ୟମନ୍ତ୍ରୀ ବେଶ ଆତ୍ମବିଶ୍ୱାସର ସହ ଏହା କହିଥିଲା ବେଳେ ସମଗ୍ର ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons