ହାଇଦ୍ରାବାଦ୍ରେ ଓଡ଼ିଆ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହରରେ ଜଣେ ପ୍ରବାସୀ ଓଡ଼ିଆ ଯୁବକଙ୍କ ଶନିବାର ଅପରାହ୍ନରେ ସନେ୍ଦହଜନକ ମୃତୁ୍ୟ ହୋଇଛି । ଦୀର୍ଘ ମାସେ ଧରି ଜ୍ୱର ନ ଛାଡ଼ିବା ସହ ଛାତିରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ସ୍ଥାନୀୟ ଡାକ୍ତରଖାନା କରୋନା ଭୟରେ ତାଙ୍କୁ ଆଡମିସନ କଲେ ନାହିଁ । ଏପରିକି ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷା ନ କରାଇବା ଫଳରେ ନିଜ ରୁମ୍ରେ ପଡ଼ି ରହି ମୃତୁ୍ୟ ହେଲା ବୋଲି ମୃତ ଯୁବକଙ୍କ ପତ୍ନୀ କହିଛନ୍ତି । ମୃତ ଯୁବକ ହେଲେ ଭୋଗରାଇ ବ୍ଲକ ଦେଉଳା ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ପରମେଶ୍ୱର ଭୂୟାଁଙ୍କ ସାନ ପୁଅ ରାମଚନ୍ଦ୍ର (୩୮) । କେବଳ ଏହି ଜଣେ ପ୍ରବାସୀଙ୍କ କ୍ଷେତ୍ରରେ ଯେ ଏଭଳି ଘଟିଛି ତାହା ନୁହେଁ, ସେଠାରେ ରହୁଥିବା ସମସ୍ତ ପ୍ରବାସୀଙ୍କ ପ୍ରତି ବାହାର ରାଜ୍ୟରେ ଏଭଳି ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଦେଉଳା ଗ୍ରାମର ରାମଚନ୍ଦ୍ର ଓରଫ ମୁନା ଦୀର୍ଘ ବର୍ଷ ହେଲା ସପରିବାର ହାଇଦ୍ରାବାଦ ସହରକୁ ଯାଇ କାଟାଦାନ ଅଞ୍ଚଳର ସିଏସ ଆଦର୍ଶ କଲୋନୀରେ ରହୁଥିଲେ । ରାମଚନ୍ଦ୍ର ସ୍ଥାନୀୟ ଏକ ଚକୋଲେଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ପତ୍ନୀ ସୀତାରାଣୀ (୩୫) ମଧ୍ୟ ପାୟେଲ ବିସ୍କୁଟ ଫ୍ୟାକ୍ଟ୍ରିରେ ପ୍ୟାକିଂ କାର୍ଯ୍ୟ କରୁଥିଲେ । ସେମାନଙ୍କର ଜଣେ ୯ ବର୍ଷର ଝିଅ ଏବଂ ଜଣେ ଅଢେଇ ବର୍ଷର ପୁଅ ମଧ୍ୟ ସେଠାରେ ରହନ୍ତି । ବିଗତ ମାସେ ଧରି ରାମଚନ୍ଦ୍ର ଅସୁସ୍ଥ ହୋଇ ପଡ଼ିଥିଲେ । ଜ୍ୱର ଛାଡୁ ନଥିବା ବେଳେ ସ୍ଥାନୀୟ ଶ୍ରୀନିବାସ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହାଇଥିଲେ । ତାଙ୍କୁ ଟାଇଫଏଡ ହୋଇଛି ବୋଲି ପ୍ରଥମେ ଡାକ୍ତର କହିବା ସହ ସେ ନେଇ ଚିକିତ୍ସା କରିଥିଲେ । ହେଲେ ଦୀର୍ଘଦିନ ଜ୍ୱର ନ ଛାଡିବାରୁ ତାଙ୍କୁ ସେଠାରେ ଆଡମିସନ କରିନେବାକୁ ଅନୁରୋଧ କରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରିଦେଇଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିଲା । ସବୁ ପ୍ରକାର ଚେଷ୍ଟାରେ ବିଫଳ ହୋଇ ଗାଁକୁ ଫେରି ଆସିବା ପାଇଁ ଯୋଜନା କରି ସ୍ଥାନୀୟ ପୁଲିସ ପାଖରୁ ଅନୁମତି ହାସଲ କରିଥିଲେ । ହେଲେ ଗାଁକୁ ଫେରିବା ପୂର୍ବରୁ ଶୁକ୍ରବାର ହଠାତ ସେ ଗୁରୁତର ଅସୁସ୍ଥ ହେବା ସହ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଖବର ପାଇ ସେଠାରୁ ପ୍ରାୟ ଶହେ କିମି ଦୂରରେ ରହୁଥିବା ଚାଙ୍କ ମଝିଆ ଭାଇ ଜଗନ୍ନାଥ ସେଠାରେ ପହଞ୍ଚି ରାମଚନ୍ଦ୍ରଙ୍କ ଘରୋଇ ଚିକିତ୍ସା ବ୍ୟବସ୍ଥା କରିବା ସହ କରୋନା ପରୀକ୍ଷା କରାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ ଜଣାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ସେହି ଅବସ୍ଥାରେ ନିଜ ଭଡ଼ା ଘରେ ଘରୋଇ ଚିକିତ୍ସାରେ ପଡ଼ି ରହିବାକୁ ବାଧ୍ୟ ହୋଇଥିଲେ । ଶନିବାର ଅପରାହ୍ନ ୩ଟାରେ ମୁହଁରୁ ଫେଣ ବାହାର କରି ରାମଚନ୍ଦ୍ରଙ୍କ ମୃତୁ୍ୟ ହୋଇଯାଇଥିଲା । ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନିଆଯାଇ ନଥିଲା ବେଳେ ଅର୍ଥାଭାବରୁ ମୃତଦେହ ଗାଁକୁ ଆସିପାରିଲା ନାହିଁ । ସେଠାରେ ରହିଥିବା ଅନ୍ୟ ପ୍ରବାସୀ ଓଡ଼ିଆଙ୍କ ସହାୟତାରେ ସ୍ଥାନୀୟ ଶ୍ମଶାନରେ ରାମଚନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରିଥିଲେ ତାଙ୍କ ମଝିଆ ଭାଇ ଜଗନ୍ନାଥ । କରୋନା ପରୀକ୍ଷା କରାଯାଇଥିଲେ ତାଙ୍କ ସ୍ୱାମୀ ଆଜି ଜୀବିତ ଅବସ୍ଥାରେ ରହିଥା’ନ୍ତେ ବୋଲି ପତ୍ନୀ ସୀତାରାଣୀ କହିଛନ୍ତି । ବାହାର ରାଜ୍ୟରେ ପ୍ରବାସୀଙ୍କୁ ଅଣଦେଖା କରାଯାଉଥିବା ନେଇ ହେଉଥିବା ଆଲୋଚନାର ସତ୍ୟତା ରହିଛି ବୋଲି ସେଠାରେ ରହୁଥିବା ପ୍ରବାସୀ ଓଡିଆମାନେ କହିଛନ୍ତି । ରାମଚନ୍ଦ୍ରଙ୍କ ମୃତୁ୍ୟ ପରେ ଅସହାୟ ବିଧବା ପତ୍ନୀ ସୀତାରାଣୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons