ବ୍ରହ୍ମପୁର,(ବି.ବି.ବୁ୍ୟରୋ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୫ ହଜାର ଟପିଛି । ନୂଆ ୨୩୧ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ହୋଇଛି ୫୦୯୮ । ନୂଆ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୨୨୩ ସ୍ଥାନୀୟ (୩୦ ଯୋଦ୍ଧା ଓ ୧୯୩ ଆକ୍ଟିଭ୍ କଣ୍ଟାକ୍ଟ) । ପାତ୍ରପୁର, ବେଗୁନିଆପଡା ବ୍ଲକ୍ରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆଉ ୨ କରୋନା ସଂକ୍ରମିତଙ୍କ ମୃତୁ୍ୟ ପରେ ଏହି ସଂଖ୍ୟା ୫୩ରେ ପହଞ୍ଚିଛି । ସେହିପରି ଆଉ ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୩୨୭୫ ହୋଇଛି । ଗଞ୍ଜାମ ଜିଲ୍ଲାରେ ଏବେ ୧୭୭୦ ରୋଗୀ କୋଭିଡ୍ ହସ୍ପିଟାଲ୍ ଓ ସିସିସିରେ ଚିକିତ୍ସାଧୀନ ଅଛନ୍ତି ।
ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସବୁଠାରୁ ଅଧିକ ରହିଛନ୍ତି ପାତ୍ରପୁର ବ୍ଲକ୍ର ଯେଉଁଠାରୁ ଠାବ ହୋଇଛନ୍ତି ଜଣେ କରୋନା ଯୋଦ୍ଧା ଓ ୩୪ ଆକ୍ଟିଭ୍ କଣ୍ଟାକ୍ଟ । ସେହିପରି ବେଗୁନିଆପଡା ବ୍ଲକ୍ରୁ ଜଣେ କରୋନା ଯୋଦ୍ଧା, ଜଣେ ପ୍ରବାସୀ ଓ ୩୧ ଆକ୍ଟିଭ୍ କଣ୍ଟାକ୍ଟ କେସ୍ ଠାବ ହୋଇଛି । ସାନଖେମୁଣ୍ଡି ବ୍ଲକ୍ରୁ ୪ ଯୋଦ୍ଧା ଓ ୨୦ ଆକ୍ଟିଭ୍ କଣ୍ଟାକ୍ଟ, କୁକୁଡାଖଣ୍ଡି ବ୍ଲକ୍ରୁ ମଧ୍ୟ ୨୪ ଆକ୍ଟିଭ୍ କଣ୍ଟାକ୍ଟ ବାହାରିଛନ୍ତି । ତେବେ ବେଶ୍ କିଛି ଦିନ ଧରି ଜିଲ୍ଲାର ହଟ୍ସ୍ପଟ୍ ଥିବା ବ୍ରହ୍ମପୁରରେ ଅପେକ୍ଷାକୃତ କମ୍ ପଜିଟିଭ୍ ବାହାରିଛନ୍ତି । ଏଠାରୁ ସର୍ବାଧିକ ୭ ଯୋଦ୍ଧାଙ୍କ ସମେତ ୧୫ ଆକ୍ଟିଭ୍ କଣ୍ଟାକ୍ଟ ବାହାରିଛି । ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ଜଣେ ଯୋଦ୍ଧା ଓ ୧୯ ଆକ୍ଟିଭ୍ କଣ୍ଟାକ୍ଟ ବାହାରିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ରୁ ବାହାରିଛନ୍ତି ୩ ଯୋଦ୍ଧା, ୨ ପ୍ରବାସୀ ଓ ୧୩ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ । ଏହାବ୍ୟତୀତ ଚିକିଟି ବ୍ଲକ୍ରୁ ୨ ଯୋଦ୍ଧା, ୩ ପ୍ରବାସୀ ଓ ୪ ଆକ୍ଟିଭ୍ କଣ୍ଟାକ୍ଟ, କବିସୂର୍ଯ୍ୟନଗରରୁ ୪ ଯୋଦ୍ଧା, ଜଣେ ପ୍ରବାସୀ ଓ ୪ ଆକ୍ଟିଭ୍ କଣ୍ଟାକ୍ଟ, ଖଲିକୋଟରୁ ୩ ଯୋଦ୍ଧା ଓ ୫ ଆକ୍ଟିଭ୍ କଣ୍ଟାକ୍ଟ, ହିଞ୍ଜିଳିକାଟୁରୁ ୨ ଯୋଦ୍ଧା ଓ ୬ ଆକ୍ଟିଭ୍ କଣ୍ଟାକ୍ଟ, ଶେରଗଡରୁ ମଧ୍ୟ ୨ ଯୋଦ୍ଧା ଓ ୬ ଆକ୍ଟିଭ୍ କଣ୍ଟାକ୍ଟ, ଛତ୍ରପୁରରୁ ଜଣେ ପ୍ରବାସୀ ଓ ୩ ଆକ୍ଟିଭ୍ କଣ୍ଟାକ୍ଟ ବାହାରିଛନ୍ତି । ସେହିପରି ଗଞ୍ଜାମରୁ ୩, ଆସିକା ଓ ଭଞ୍ଜନଗରରୁ ୨ ଜଣ ଲେଖାଏଁ, ଜଗନ୍ନାଥପ୍ରସାଦ ଓ ପୁରୁଷୋତ୍ତମପୁରରୁ ଜଣେ ଲେଖାଏଁ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ ବାହାରିଛନ୍ତି ।
ଜିଲ୍ଲାରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ଯେକି କ୍ରୋନିକ୍ କିଡ୍ନୀ ରୋଗାକ୍ରାନ୍ତ ଥିଲେ ଓ ଆଉ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଯାହାଙ୍କ ମଧୁମେହ ରୋଗ ଥିଲା ଉଭୟଙ୍କ ମୃତୁ୍ୟ ଘଟିଛି । ଫଳରେ ଜିଲ୍ଲାରେ ମୋଟ ମୃତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ହୋଇଛି । ଏଥିରୁ ୩ ଜଣଙ୍କ ଅନ୍ୟ ରୋଗ ତଥା ସ୍ୱାସ୍ଥ୍ୟଗତ ସମସ୍ୟାରୁ ଘଟିଥିବା ମୃତୁ୍ୟ ଘଟିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ମଧ୍ୟରେ ରହିଛନ୍ତି ୭ କୋଭିଡ୍ ଯୋଦ୍ଧା । ସେହିପରି ୪ ମହିଳା (ଜଣେ ବୃଦ୍ଧା) ଓ ୪୯ ପୁରୁଷ (୧୮ ବୃଦ୍ଧ) କରୋନାର ଶିକାର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ କେବଳ ଜୁଲାଇ ମାସରେ ୩୮ ଜଣଙ୍କ ଜୀବନ ଗଲାଣି । ସେହିପରି କେବଳ ଚଳିତ ମାସରେ ୩୬୨୫ ଜଣ ନୂଆ ପଜିଟିଭ୍ ଠାବ ହୋଇଛନ୍ତି ଓ ୨୨୮୨ ଜଣ ସୁସ୍ଥତା ଲାଭ କଲେଣି ।
ଜିଲ୍ଲାରେ ପ୍ରଥମ ଦୁଇ ରୋଗୀରୁ ପଜିଟିଭ୍ ସଂଖ୍ୟା ୧୦୦୦ ପାର ହେବାକୁ ମେ ୩ରୁ ଜୁନ୍ ୨୩ ପର୍ଯ୍ୟନ୍ତ ସମୟ ଲାଗିଥିଲା । ଏହି ସଂଖ୍ୟା ୨୦୦୦ ହେବାକୁ ଜୁନ୍ ୨୪ରୁ ଜୁଲାଇ ୩ ତାରିଖ ହୋଇଥିଲା । ଜୁଲାଇ ୮ ସୁଦ୍ଧା ଏହି ସଂଖ୍ୟା ୩୦୦୦ ଛୁଇଁଥିବା ବେଳେ ୧୨ ଜୁଲାଇରେ ଏହି ସଂଖ୍ୟା ୪୦୦୦ ଟପିଥିଲା । ଆଉ ଏବେ ମାତ୍ର ୪ ଦିନରେ ସଂଖ୍ୟା ଏକ ହଜାର ବୃଦ୍ଧି ପାଇ ୫୦୦୦ ଟପିଛି । ଜୁଲାଇ ୩ରେ ପଜିଟିଭ୍ ସଂଖ୍ୟା ୨୦୬୬ ହୋଇଥିବା ବେଳେ ମାତ୍ର ଦୁଇ ସପ୍ତାହରେ ୩୦୩୨ ଜଣ ଅଧିକ ରୋଗୀ ଚିହ୍ନଟ ହେଲେଣି ।
Comments are closed, but trackbacks and pingbacks are open.