ଜଳିଗଲା ୫ ଦୋକାନ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପର ବଡ଼ପଡ଼ିଦାସ୍ଥିତ ମାର୍କେଟ୍ରେ ଆଜି ଦପରାହ୍ନରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ଜଳି ଯାଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବିପ୍ଳବ ଦାସଙ୍କ ଯୋତା ଦୋକାନ ଓ ପ୍ରବୀର ବିଶ୍ୱାଳଙ୍କ ଇଲେକ୍ଟ୍ରି ମରାମତି ଦୋକାନ ସମ୍ପୂର୍ଣ୍ଣ ଜଳି ଛାର୍ଖାର୍ ହୋଇଯାଇଥିବା ବେଳେ ପାଖରେ ଥିବା ଦାଉ ତିନୋଟି ଦୋକାନ ମଧ୍ୟ ଆଂଶିକ ଜଳିଥିବା ଜଣାପଡ଼ିଛି । ଦୋକାନ ଗୁଡ଼ିକର କ୍ଷୟକ୍ଷତି ମୂଲ୍ୟ ୭ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଇଲେକ୍ଟି୍ର ମରାମତି ଦୋକାନରୁ ସଟ୍ସର୍କିଟ୍ ହୋଇ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପାରାଦୀପ ବନ୍ଦରର ୪ଟି ଦମକଳ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons