ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ କେଶରୀ ପାତ୍ର ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୪ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଜଣେ ଛାତ୍ର ସିବିଏସଇ ପରୀକ୍ଷାରେ ଟପ୍ପର ହୋଇଥିବାର ଜାଣି ୫ଟି ସଚିବ ଭିକେ ପାଣ୍ଡିଆନ କୃତି ଛାତ୍ର ଅମ୍ରିତଙ୍କ ସଫଳତା ପାଇଁ ଭିଡିଓ ଫୋନକଲ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।
ପାଣ୍ଡିଆନ ଫୋନ ମାଧ୍ୟମରେ ଅମ୍ରିତଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ଅମ୍ରିତଙ୍କ ବାପା ଅଭୟ ପାତ୍ର ଓ ପରିବାର ୫ଟି ସଚିବ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭବିଷ୍ୟତରେ ଅମ୍ରିତ ଜଣେ ଡାକ୍ତର ହୋଇ ଗରିବଙ୍କ ସେବା କରିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ଟପ୍ପର ହୋଇଥିବାରୁ ଅମ୍ରିତଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହପାଠୀଙ୍କ ସହିତ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇ ପ୍ରଶଂସା କରିଛନ୍ତି।
Comments are closed, but trackbacks and pingbacks are open.