ରମ୍ଭା, (ବି.ବି.ନୁ୍ୟଜ୍): କରୋନା ବିପତ୍ତିରୁ ଉଦ୍ଧାର କରିବାକୁ ନୃସିଂହ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା । ଖବର ପାଇ ପହଞ୍ଚିଲା ପୁଲିସ । ପୂଜା ବନ୍ଦ କରିବାକୁ ଅନୁରୋଧ କରିଥିଲା । କିନ୍ତୁ ଓଲଟା ଭକ୍ତମାନେ ପୁଲିସକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ ୪ ଜଣ ମହିଳାଙ୍କୁ ଗିରଫ କରିଛି । ଘଟଣା ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତର ପାଲୁର ଗଜପତି ନଗରର । ଗିରଫ ମହିଳା ହେଲେ ଗଜପତି ନଗରର ସବିତା ବେହେରା, ହେମଲତା ବେହେରା, ପାର୍ବତୀ ବେହେରା, ଝୁନୁ ସ୍ୱାଇଁ ବୋଲି ରମ୍ଭା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି । ଅନ୍ୟ କେତେଜଣଙ୍କୁ ଅଟକ ରଖାଯାଇଥିବା ସେ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ଅଣାୟତ୍ତ । ସଂକ୍ରମଣ ଭୟରେ ଦିନରାତି କାଟୁଥିôବା ସାଧାରଣ ଲୋକ ପୂଜାର୍ଚ୍ଚନାର ଆଶ୍ରୟ ନେଉଛନ୍ତି । ଗଜପତି ନଗରରେ ଥିବା ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିଲା । ସେହି ଗ୍ରାମର ଶ୍ରୀରାମ ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ସମବେତ ହୋଇ ଘଣ୍ଟ,ମୃଦଙ୍ଗ ବଜାଇ ପୂଜାର୍ଚ୍ଚନା କରୁଥିଲେ । ଏହି ଖବର ସ୍ଥାନୀୟ ପୁଲିସକୁ ଜଣାଇଥିଲେ କେତେକ ଗ୍ରାମବାସୀ । କୋଭିଡ୍ କଟକଣା ଉଲଂଘନ କରି ପୂଜାପାଠ କରାଯାଉଥିôବା ଅଭିଯୋଗ ହୋଇଥିଲା । ଖବର ପାଇ ଆଜି ପୂର୍ବାହ୍ନ ୧୧ଟାରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ରମ୍ଭା ଥାନା ଏସ୍ଆଇ ସଂଗ୍ରାମ ଦେଓରୀ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ କୁମାର ଦାସ, ଏଏସ୍ଆଇ ଦିଲ୍ଲୀପ କୁମାର ସାମଲ ସହ ଥାନାର ବହୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସରକାର ଓ ପ୍ରଶାସନର ନିଦେ୍ର୍ଧଶନାମା ବୁଝାଇ ଘରକୁ ଫେରି ଯିବାକୁ ପରାମର୍ଶ ଦେଇଥିଲେ । ପୁଲିସ ବୁଝାସୁଝା କରୁଥିବା ବେଳେ କେତେକ ମହିଳା ପୁଲିସ ଉପରେ ଆକ୍ରମଣ କରିଥିଲେ । ଫଳରେ ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଏଏସଆଇ ଦିଲ୍ଲୀପ କୁମାର ସାମଲ, ମହିଳା କନେଷ୍ଟବଳ ଗୀତାଞ୍ଜଳି ବେହେରା ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ରମ୍ଭା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଲକଡାଉନ ଓ ସଟ୍ଡାଉନ ସମୟରେ କୌଣସି ମନ୍ଦିରରେ ରୁଣ୍ଡ ନହେବାକୁ ପ୍ରଶାସନ କଟକଣା ଜାରି କରିଛି ।
Comments are closed, but trackbacks and pingbacks are open.