ଅବକାରୀ ବିଭାଗ ପକ୍ଷରୁ ଚଢାଉ, ବିପୁଳ ପରିମାଣର ମଦ ଜବତ

Get real time updates directly on you device, subscribe now.

ଆଠଗଡ : ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଆଠଗଡ଼ ଥାନା ଅନ୍ତର୍ଗତ ତାଳବସ୍ତ ଏବଂ କୋରଙ୍ଗା ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହ ପୋଚ ନଷ୍ଟ କରାଯାଇଛି । କୋରଙ୍ଗା ଗ୍ରାମରେ ଏହି ଦେଶୀ ମଦ ଭାଟି ଆଠଗଡ଼ ପୋଲିସ ପ୍ରଶାସନର ନାକ ତଳେ ଚାଲିଥିବା ବେଳେ ଏଠାରେ ବେଧଡକ୍ ରାସ୍ତା କଡ଼ରେ ଖୁଲମଖୁଲା ଚାଲିଛି ଏହି ମଦ ରନ୍ଧା । ଏହାକୁ ବିରୋଧ କରି ଶିକ୍ଷିତ ଯୁବପିଢୀ ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରିବା ସହ ଏମିତି ଅଭିଯୋଗ କରିବା ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଅଞ୍ଚଳବାସୀ ।
ଆଠଗଡ଼ ଅବକାରୀ ନିରୀକ୍ଷକ ସଞ୍ଜିତ କୁମାର ବାର୍ଲାଙ୍କ ନେତୃତ୍ବରେ ୧୩ଟି ମଦ ଭାଟି ଉପରେ ଚଢ଼ାଉ କରାଯାଇ ୮୦୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ୧୦୬୭୫ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଖବର ପାଇ ମଦ ରାନ୍ଧୁଥିବା ଲୋକ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସଦର ଅବକାରୀ କଟକ ଜିଲ୍ଲା ମୋବାଇଲ ୟୁନିଟ୍ ସହିତ କଟକ ଏବଂ ଢେଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons