ପୋଲସରା ବିଧାୟକ, ପତ୍ନୀ ସଂକ୍ରମିତ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ଗୋଲାପ ସାହୁଙ୍କ ସ୍ୱାବ୍ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ବୁଧବାର ଏହା ଜଣାପଡିଥିବା କହିଛନ୍ତି ବିଧାୟକ । ପତ୍ନୀଙ୍କ ସହ ବିଧାୟକ ଏବେ ଭୁବନେଶ୍ୱରସ୍ଥିତ ନିଜର ଏମ୍ଏଲ୍ଏ କ୍ୱାର୍ଟର୍ସରେ ଘରୋଇ ସଙ୍ଗରୋଧରେ ରହିଛନ୍ତି ।
ବିଧାୟକଙ୍କ ପତ୍ନୀଙ୍କୁ ପ୍ରାୟ ସପ୍ତାହକ ତଳେ ଜ୍ୱର ହୋଇଥିଲା । ଧିରେ ଧିରେ ଜ୍ୱର ବୃଦ୍ଧି ପାଇଥିଲା । ଏହା ପରେ ଶ୍ରୀକାନ୍ତ ସାହୁ ମଧ୍ୟ ଜ୍ୱରରେ ଆକ୍ରାନ୍ତ ହାଇଥିଲେ । ଔଷଧ ଖାଇବା ସତ୍ତେ୍ୱ ଜ୍ୱର ନକମିବାରୁ ଉଭୟେ ସ୍ୱାବ୍ ପରୀକ୍ଷା କରାଇଥିଲେ । ବୁଧବାର ଦିନ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯୋଗାଯୋଗ ବେଳେ ବିଧାୟକ ଏହା ସ୍ୱୀକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ସେମାନେ ଏବେ ଘରୋଇ ସଙ୍ଗରୋଧରେ ରହିଥିବା କହିଛନ୍ତି । ମହାମାରୀ କାଳରେ ଅଞ୍ଚଳବାସୀଙ୍କ ଭଲମନ୍ଦ ବୁଝିବାକୁ ମୁଁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରିଥିଲି । ବିଧାୟକ ଭାବେ ଦାୟିତ୍ୱ ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନ, ଏପରିକି ରାଜଧାନୀ ସମେତ ରାଜ୍ୟର କିଛି ଅଞ୍ଚଳ ବି ଯିବାକୁ ପଡିଥିଲା । ଘରେ, ବାହାରେ ଓ ପରିବାରରେ ସମସ୍ତ ସତର୍କତା ଅବଲମ୍ବନ ସତ୍ତେ୍ୱ କେତେବେଳେ କେଉଁଠି ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହା ପରେ ମୋତେ ମଧ୍ୟ ଜ୍ୱର ହୋଇଥିଲା ଓ ପରୀକ୍ଷା ପରେ ପଜିଟିଭ୍ ବୋଲି ନିଶ୍ଚିତ ହୋଇଥିବା ସେ କହିଛନ୍ତି ।
ବିଧାୟକ ସଂକ୍ରମଣକୁ ଭୟ ନକରି ପୋଲସରା ନିର୍ବାଚନମଣ୍ଡଳୀର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ପ୍ରବାସୀ ଓଡ଼ିଆଙ୍କ ଭଲ ମନ୍ଦ ବୁଝି ସମସ୍ୟା ସମାଧାନ କରୁଥିଲେ । ଜଣେ କରୋନା ଯୋଦ୍ଧା ଭାବେ ନିÂାପର ଭାବେ ସଂକ୍ରମଣରୁ ରକ୍ଷା କରିବାକୁ ସଚେତନତା ବାର୍ତ୍ତା ପହଞ୍ଚାଉଥିଲେ । କୋଭିଡ୍ କାର୍ଯ୍ୟରେ ସେ ବହୁ ଲୋକଙ୍କ ନିକଟତର ହେବା ଦ୍ୱାରା ସେ ନିଜେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ- ମହାମାରୀ ମୁକାବିଲା ନିମନ୍ତେ କାର୍ଯ୍ୟ ଦୃଷ୍ଟିରୁ ଜଣେ କରୋନା ଯୋଦ୍ଧା ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ମାନୀତ କରାଯାଇଛି । ଏକଥା ଜଣାପଡ଼ିବା ପରେ ପୋଲସରା ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତୁରନ୍ତ ଆରୋଗ୍ୟ କାମନା କରି ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons