ଛାତିଥରା କାହାଣୀ ବଖାଣିଲେ ଯୋଦ୍ଧା ମନ୍ମଥ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ପାକିସ୍ତାନ ସୈନ୍ୟଙ୍କ ଅକ୍ତିଆରରେ ଥିଲା ଭାରତର ଟାଇଗର ହିଲ୍ । ହିଲ୍ ଶିଖରରେ ସେନା ଠୁଳ କରି ନିଜ ଅଧୀନକୁ ନେବାକୁ ଉଦ୍ୟମ କରୁଥିଲା ପାକିସ୍ତାନ । ଏଥିପାଇଁ ଦ୍ରାସ୍-କାର୍ଗିଲ ମୁଖ୍ୟ ରାସ୍ତାକୁ ସେମାନେ ଟାର୍ଗେଟ କରିଥିଲେ । ପାକିସ୍ତାନ ସେନାକୁ ହଟାଇବାକୁ ୧୯୯୯ ମସିହା ମେ ୩ ତାରିଖରେ ଭାରତ ଆକ୍ରମଣ ଆରମ୍ଭ କରିଥିଲା । ଡାକରା ପାଇ ଭାରତର କୋଣଅନୁକୋଣରୁ ସୈନ୍ୟମାନେ ଯୁଦ୍ଧ କ୍ଷେତ୍ରକୁ ଛୁଟି ଯାଇଥିଲେ ।
ଅନ୍ଧାର ରାତିରେ ଆରମ୍ଭ ହେଲା ଅପରେସନ । ଦିନରାତି ଘମାଘୋଟ ଚାଲିଲା ଯୁଦ୍ଧ । ଭାରତୀୟ ସୈନ୍ୟଙ୍କ ଗୁଳିରେ ଅନେକ ପାକିସ୍ତାନୀ ସୈନ୍ୟଙ୍କ ଜୀବନ ଗଲା । କେତେକ ଭାରତୀୟ ସୈନ୍ୟଙ୍କ ବି ପ୍ରାଣହାନି ଘଟିଲା । ଏତିକିବେଳେ ଶତ୍ରୁପକ୍ଷ ସୈନ୍ୟଙ୍କ ଗୁଳି ଖାଇ ଜଣେ ସିପାହୀ ଗୁରୁତର ହୋଇଥିଲେ । ତାଙ୍କ ପିଠିରେ ଗୁଳି ବାଜି ତଳିପେଟ ଦେଇ ବାହାରି ଯାଇଥିଲା । ସେହି ବୀର ଯୋଦ୍ଧା ହେଉଛନ୍ତି ଭାରତୀୟ ସେନାର ୟୁନିଟ୍ ୩୧୫ ଫିଲ୍ଡ ରେଜିମେଣ୍ଟରେ ସିପାହୀ ମନ୍ମଥ କୁମାର ନାୟକ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସନ୍ତରାଗଡ଼ିଆ ନିକଟସ୍ଥ କାଣ୍ଡଗରଡ଼ି ଗ୍ରାମରେ । ଏବେ ସେ ବାଲେଶ୍ୱରର ମାନସିଂ ବଜାର ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି ।
ରାତି ପାହିଲେ କାର୍ଗିଲ ବିଜୟ ଦିବସ । ଏଥିପାଇଁ ଆମ ପ୍ରତିନିଧି ତାଙ୍କୁ ଭେଟି ସେହି ଯୁଦ୍ଧର ବିଭୀଷିକା ସଂପର୍କରେ ପଚାରି ବୁଝିଥିଲେ । ତାଙ୍କ ଅଙ୍ଗେନିଭା ଛାତିଥରା କାହାଣୀ ସେ ବଖାଣିଥିଲେ । ୧୯୯୫ରେ ଭାରତୀୟ ସେନାରେ ସେ ଯୋଗ ଦେଇଥିଲେ । ଏହାର ୪ ବର୍ଷ ପରେ ସେ କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିଲେ ।
ଯୁଦ୍ଧ ବେଳର ସ୍ମୃତି ମନେ ପକାଇ ମନ୍ମଥ କୁହନ୍ତି- ସବୁଦିନ ଭଳି ସେଦିନ ମଧ୍ୟ ଆମେ ଡୁ୍ୟଟିରେ ଥିଲୁ । ହଠାତ୍ ମେ ୩ ତାରିଖରେ ଦ୍ରାସ୍ ସେକ୍ଟର ଯିବାକୁ ନିଦେ୍ର୍ଧଶ ଆସିଲା । ଆମେ ତୁରନ୍ତ ମିଶନ ଆରମ୍ଭ କଲୁ । କେବଳ ଆମ ୟୁନିଟ୍ ଏକୁଟିଆ ନଥିଲା । ସେହି ରାସ୍ତାରେ ପ୍ରାୟ ୩ ଲକ୍ଷରୁ ଊଦ୍ଧ୍ୱର୍ ଭାରତୀୟ ସୈନ୍ୟ ମାର୍ଚ୍ଚ କରି ଯାଉଥିଲେ । ଆମ ଆର୍ଟଲାରୀ ୟୁନିଟ୍ରେ ୧୮ଟି ତୋପ ଥିଲା । ତୁରନ୍ତ ଆମେ ଆମ ପୋଜିସନ ନେଲୁ । ବାସ୍ ସେବେଠାରୁ ଶତ୍ରୁପକ୍ଷର ସୈନ୍ୟଙ୍କ ସହ ଆମ ଲଢେ଼ଇ ଆରମ୍ଭ ହେଲା ।
ଆଖି ସାମ୍ନାରେ ସାଥୀ ସୈନ୍ୟମାନେ ସହିଦ୍ ହେଉଥିଲେ । ସେସବୁ ହୃଦୟ ବିଦାରକ ଦୃଶ୍ୟ ଦେଖି ବି ଆମେ ଆମ ମିଶନରୁ ଓହରି ନ ଥିଲୁ । ସେଦିନ ଥିଲା ମାର୍ଚ୍ଚ ୧୦ ତାରିଖ । ଯୁଦ୍ଧ ଚାଲିଥିଲା । ସନ୍ଧ୍ୟା ହୋଇଥିଲା । ଏତିକିବେଳେ କ’ଣ ଗୋଟେ ଆସି ମୋ ପିଠିରେ ବାଜିଲା? ଅତ୍ୟଧିକ ଥଣ୍ଡା ଯୋଗୁଁ ମୁଁ ଜାଣି ନ ପାରି ନଥିଲି । ପରେ ମୋ ଦେହ ଅବଶ ହୋଇଗଲା । ଗୋଡ଼ ଚାଲିଲାନି । ଟର୍ଚ୍ଚ ମାରି ଦେଖିଲି । ମୋ ଦେହ ରକ୍ତ ଜୁଡୁବୁଡୁ ହୋଇଯାଇଛି । ରକ୍ତ ସବୁ ଗୋଡ଼ ଦେଇ ବୋହିଯାଉଛି । ପରେ ମୋ ହେହ ନିସ୍ତେଜ ହୋଇଗଲା । ଆଉ ତା’ପରେ କ’ଣ ହେଲା ଜାଣି ପାରି ନଥିଲେ ବୋଲି ମନ୍ମଥ କହିଥିଲେ ।
ଏହାପରେ ତାଙ୍କୁ ଶିବିରକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହେଲିକପ୍ଟରରେ ଶ୍ରୀନଗର ସେନା ହସ୍ପିଟାଲକୁ ନିଆଯାଇଥିଲା । ପରେ ଦିଲ୍ଲୀର ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କର ଅସ୍ତେ୍ରାପଚାର କରାଯାଇଥିଲା । ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଭେଟିବାକୁ ଆସି ଆଶ୍ୱସନା ଦେଇଥିଲେ । ତକ୍ରାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ ସମେତ ବହୁ ବଲିଉଡ୍ ଷ୍ଟାର ମଧ୍ୟ ଆସି ତାଙ୍କୁ ଭେଟି ପ୍ରଶଂସା କରିଥିଲେ ।
ସେଠାରେ ସେ ସାମାନ୍ୟ ସୁସ୍ଥ ହୋଇ ବିଶ୍ରାମ ପାଇଁ କିଛି ଦିନ ଘରକୁ ଆସିଥିଲେ । ଏହି ସମୟରେ ସେ କୋଲକାତା ସେନା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ତାଙ୍କର ବୀରତ୍ୱ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତକ୍ରାଳୀନ ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଗାଡ଼ି ପଠାଇ ତାଙ୍କୁ ନେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାତ୍ର ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କେହି କିଛି ପଚାରି ନଥିଲେ । ଏହା ସୂଚନା ଦେବା ବେଳେ ମନ୍ମଥ ମନ ଦୁଃଖ କରିଥିଲେ । ଏହି ଖବର ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ନ ଥିଲା । ଏବେ ବି ନାହିଁ ।
ମନ୍ମଥ ସୁସ୍ଥ ହେବାପରେ ପୁନଶ୍ଚ ସେନାବାହିନୀରେ ଯୋଗ ଦେଇଥିଲେ । ଏହା ଭିତରେ କାରଗିଲ୍ ଯୁଦ୍ଧକୁ ୨୧ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ସିପାହୀ ଭାବେ ଯୋଗଦେଇଥିବା ମନ୍ମଥ ଏବେ ନାୟକ ସୁବେଦାର ପଦବିକୁ ଉନ୍ନୀତ ହୋଇଛନ୍ତି । ପୂର୍ବ ଭଳି ନିÂାର ସହ ସୈନ୍ୟବାହିନୀରେ ଚାକିରି କରୁଛନ୍ତି । ସେଦିନର ସେହି ସ୍ମୃତିକୁ ମନେ ପକାଇ ଆଜି ବି ଗର୍ବ ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons