୪ ଟ୍ରାକ୍ଟର, ୧ ଜେସିବି ଜବତ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ୍): ପାଟଣାଗଡ ଉପଖଣ୍ଡ ପ୍ରଶାସନ ଆଜି ବେଆଇନ ଭାବେ ମୁରୁମ ଚାଲାଣ ହେଉଥିବା ବେଳେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ ଜବତ କରିଛି । ପାଟଣାଗଡ ବନବିଭାଗ ତରଫରୁ ପିପଲଡାବର ଗ୍ରାମଠାରୁ ଗୟଲମରା ଗ୍ରାମ ପର୍ଯ୍ୟନ୍ତ ୬ କିମି ରାସ୍ତା କାମ ଚାଲିଥିଲା । ପିପଲଡାବର ଗ୍ରାମ ଠାରେ ଥିବା ଜଙ୍ଗଲ ଜମିରୁ ବେଆଇନ ଭାବେ ଜେସିବି ଲଗାଇ ଟ୍ରାକ୍ଟରରେ ମୁରୁମ ଚାଲାଣ ହେଉଥିଲା । ଏ ସଂପର୍କରେ ପ୍ରଶାସନ ଖବର ପାଇଁ ଘଟଣାସ୍ଥଳରେ ମାଜିଷ୍ଟେ୍ରଟ ଦାୟିତ୍ୱରେ କ୍ଷୀରୋଦ ଚନ୍ଦ୍ର ସାହୁ ପହଞ୍ଚି ସେଠାରୁ ଜେସିବି ଏବଂ ଟ୍ରାକ୍ଟର ଗୁଡିକୁ ଜବତ କରି ପାଟଣାଗଡ ଥାନାକୁ ଖବର ଦେଇଥିଲେ । ପାଟଣାଗଡ ଥାନା ଏଏସଆଇ ସୁଦର୍ଶନ ଦୋରା ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗାଡିକୁ ଥାନାକୁ ଆଣିଥିଲେ । ସୋମବାର ଦିନ ତହସିଲ କାର୍ଯ୍ୟାଳୟ ଖୋଲା ହେବା ପରେ ଗାଡି ଗୁଡିକର ଜୋରିମାନା ଆଦାୟ କରାଯିବ ବୋଲି ଜଣାପଡିଛି । ଚଳିତ ୨୦୨୦-୨୧ ବର୍ଷରେ ପିପଲଡାବର ଗ୍ରାମ ଠାରୁ ଗୟଲମରା ଗ୍ରାମ ପର୍ଯ୍ୟନ୍ତ ୬ କିମି ରାସ୍ତା ମନରେଗା ଯୋଜନାରେ କାମ ହେବାପାଇଁ ବନବିଭାଗ ଦ୍ୱାରା ମଞ୍ଜୁର ହୋଇଥିଲା । ପାଟଣାଗଡ ଫରେଷ୍ଟର ରଂଜିତ ସିଂବାବୁ ଏହି କାମ ତଦାରଖ କରୁଥିବା ବେଳେ ଜେସିବି ମେସିନ ଲଗାଇ କାର୍ଯ୍ୟ କରୁଥିଲେ । ତାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ କାମ କରୁଥିବା ଲୋକେ ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ ରେଞ୍ଜର ବାସୁଦେବ ନାଥଙ୍କୁ ପଚାରିବାରୁ ଏହା ସରକାରୀ କାମ ଏବଂ ଏଥିରେ ପ୍ରଶାସନର କୌଣସି ଅନୁମତି ଆବଶ୍ୟକ ନାହିଁ । ବନବିଭାଗ ଦ୍ୱାରା ଯେଉ ସ୍ଥାନରୁ ମୁରୁମ ଉଠାଇବା ପାଇଁ କୁହାଯାଇଥିଲା ସେ ସ୍ଥାନରୁ ନ ଉଠାଇ ଅନ୍ୟସ୍ଥାନରୁ ମୁରୁମ ଉଠାଯାଇଥିଲା । ବର୍ତ୍ତମାନ ସମୟରେ ଶ୍ରମିକ ମିଳୁନଥିବାରୁ ମେସିନରେ ଶୀଘ୍ର କାର୍ଯ୍ୟ ସାରିବା ପାଇଁ ମେସିନ ଲଗାଇ କାମ କରୁଥିଲେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons