ଲମତାପୁଟ,(ବି.ବି.ନୁ୍ୟଜ୍): ସ୍ଥାନୀୟ ଜଲାପୁଟରୁ ବିହାରର ପାଟନା ଅଞ୍ଚଳକୁ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୫୬ କେଜି ୬ ଶହ ଗ୍ରାମ ଗଞ୍ଜେଇକୁ ଏଠାରେ ପୁଲିସ ଜବତ କରିଛି । ଏହି ମାମଲାରେ ପୁଲିସ ବିହାର ରାଜ୍ୟର ବିଜେନ୍ଦ୍ର କୁମାର(୨୫), ଛୋଟୁ କୁମାର(୨୬) ଓ ଶିବନାଥ(୪୦) ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୧୫ ଲକ୍ଷ ଟଙ୍କା ହେବବୋଲି ପୁଲିସ କହିଛି ।
ସୂଚନା ଅନୁସାରେ, ଶନିବାର ଭୋରରୁ ଏହି ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଏସପି ମୁକେଶ କୁମାର ଭାମୂଙ୍କ ନିଦେ୍ର୍ଧଶରେ ଭୋର ସମୟରେ ସ୍ଥାନୀୟ ସଗର ଗାଁ ଛକ ନିକଟରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସର ମିଳିତ ପାଟ୍ରୋଲିଂ ଚାଲିଥିଲା । ଗାଡିମୋଟର ଯାଞ୍ଚ ସମୟରେ ଜଲାପୁଟ ପଟରୁ ଦୁଇଟି କାର(ବି.ଆର ୩୧ଏକେ୦୫୯୧ ଓ ଜେଏଚ୦୯ଏଟି୬୨୩୫) ଦ୍ରୁତ ଗତିରେ ଆସୁଥିଲା । ପୁଲିସ ଉଭୟ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚବେଳେ ଗାଡିରୁ ଗଞ୍ଜେଇ ମିଳିଥିଲା । ସଙ୍ଗେସଙ୍ଗେ ପୁଲିସ ଦୁଇଟିଯାକ ଗାଡିକୁ ଜବତ କରିବା ସହ ଏଥିରେ ବସିଥିବା ଉକ୍ତ ୩ ଜଣଙ୍କୁ ଅଟକ ରଖିଥିଲା । ମାଜିଷ୍ଟେ୍ରଟ ତଥା ତହସିଲଦାର ମାନସ ପ;ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା ।
ପୁଲିସ କହିଛି, କରୋନା ଲକଡାଉନ୍ ଯୋଗୁ ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ଉପାୟରେ ଦୁର୍ବୃତ୍ତ ଗଞ୍ଜେଇ ଚାଲାଣ କରୁଛନ୍ତି । ଏହି ମାମଲାରେ କେତେଜଣ ବଡ ମାଫିଆ ସାମିଲ ଅଛନ୍ତି । ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ପରେ ଏହା ଜଣାପଡିବ । ପାଟ୍ରୋଲିଂ ସମୟରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା ଏବଂ ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.