ଦଶମନ୍ତପୁର,(ବି.ବି.ନୁ୍ୟଜ୍): ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ଗାଁ ଦାଣ୍ଡରେ ଗୁରୁବାର ରାତିରେ ଏକ କାର୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଆଜି ସକାଳେ ଗ୍ରାମବାସୀ ଦେଖି ଥାନାକୁ ଖବର ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି । କାର ଭିତରେ କିଏ ଥିଲେ, କିପରି ଜଳିଗଲା ସେନେଇ ଗ୍ରାମବାସୀ ମଧ୍ୟ ସ୍ପଷ୍ଟ କରିପାରୁ ନାହାନ୍ତି । ଏପରି କି କାରଟି କାହାର ତାହା ମଧ୍ୟ ଗ୍ରାମବାସୀ କହିପାରୁ ନଥିବାରୁ ପୁଲିସ ଅକଲ ଗୁଡୁମ ହୋଇଯାଇଛି । କୋରାପୁଟ ଏସଡିପିଓ ବଳଭଦ୍ର ଦୀପଙ୍କୁ ପଚାରିବାରେ ଥାନାରେ କାର ପୋଡି ସମ୍ପର୍କରେ କେହି ଅଭିଯୋଗ କରି ନାହାନ୍ତି । ହେଲେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଅଭିଯୁକ୍ତମାନେ ଧରାପଡିଲେ ସ୍ପଷ୍ଟ ଜଣାପଡିବ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.