ଗିରଫଦାରୀରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ପୁଲିସ ଡିଜି ଶ୍ରୀ ଅଭୟ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ କରି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପୁଲିସ କର୍ମଚାରୀମାନେ ସତର୍କତାର ସହ ଡୁ୍ୟଟି କରିବା ଉପରେ ଆଜି ଗୁରୁତ୍ୱାରୋପ କରୁଛନ୍ତି । ବିଭିନ୍ନ ସମୟରେ ଗିରଫ ଅଭିଯୁକ୍ତ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ କରୋନା ସଂକ୍ରମଣ ଭୟକୁ ଏଡାଇବା ପାଇଁ ଗିରଫଦାରୀ ଓ ରିମାଣ୍ଡରେ ଜଣେ ଅଭିଯୁକ୍ତକୁ ପଠାଇବା ବେଳେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ସଂପର୍କରେ ଡିଜି ବିସ୍ତୃତ ଭାବେ ସମୀକ୍ଷା କରିବା ସହ ଏନେଇ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ବିଭିନ୍ନ ପୁଲିସ ଜିଲ୍ଲା ଏସ୍ପି, ଡିସିପି, ରେଞ୍ଜ ଆଇଜି, ଡିଆଇଜିମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ସେହିପରି ଯଦି ଜଣେ ପୁଲିସ କର୍ମଚାରୀ କିମ୍ବା ଅଧିକାରୀ କରୋନା ସଂକ୍ରମିତ ହୁଅନ୍ତି ତେବେ ଉକ୍ତ ସ୍ଥିତିର କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆଜି ଡିଜି ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଦୈନନ୍ଦିନ ଭାବେ ଘଟୁଥିବା ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳାର ମୁକାବିଲା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ବିଭିନ୍ନ ପୁଲିସ ଜିଲ୍ଲା ଦ୍ୱାରା ସରକାରୀ ଇ-ମାର୍କେଟ୍ ପଞ୍ଜିକରଣ ବ୍ୟବସ୍ଥା, ପୁଲିସ ପଦକ ପାଇଁ ମନୋନୟନ, ପୁଲିସ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କୋଭିଡ୍ କେୟାର ସେଣ୍ଟର୍ ଓ କୋଭିଡ୍ କେୟାର ହୋମ୍ ଓ ପୁଲିସ କର୍ମଚାରୀଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା ନେଇ ଆଜି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ଏଡିଜି ରେଳବାଇ, ପୁଲିସ କମିସନର, ଏଡିଜି (ମୁଖ୍ୟାଳୟ), ଏଡିଜି କ୍ରାଇମ୍, ଏଡିଜି ଗୁଇନ୍ଦା, ଆଇଜି ଆଧୁନିକରଣ, ଆଇଜି ପ୍ରୋଭିଜିନିଂ ଓ ଆଇଜି ପର୍ସୋନେଲ୍ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons