ଦିଗପହଣ୍ଡି,(ବି.ବି.ନୁ୍ୟଜ୍): ଅର୍ଦ୍ଧଦଗ୍ଧ ହୋଇଥିବା ମାମା ନାଇକ ଆଜି ସକାଳେ କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟ ହୋଇଛି । ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ଅଗ୍ନିକାଣ୍ଡରେ ଆକø୍ମିକ ଅଗ୍ନିକାଣ୍ଡରେ ଅର୍ଦ୍ଧ ଦଗ୍ଧ ହୋଇଥିଲେ । କିଛି ସମୟ ପରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଭଲ ନମ୍ବର ରଖି ସେ ପାସ୍ କରିଥିଲେ । କିନ୍ତୁ ଖୁସି ମନାଇ ପାରି ନଥିଲେ । ଜୀବନ ସହ ସଂଗ୍ରାମ କରୁଥିଲେ ଦିଗପହଣ୍ଡି ବ୍ଲକ୍ କଇଠଡ଼ା ପଞ୍ଚାୟତ ଦୁଆରଗାଁର ମାଟ୍ରିକ୍ ପରୀକ୍ଷାର୍ଥୀ ମାମା ନାଇକ । ଆଜି ତାଙ୍କ ମୃତୁ୍ୟ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସରପଞ୍ଚ ଭୀମସେନ ସାହୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ମହଲରୁ ହୋଇଥିବା ଉଦ୍ୟମ ସବୁ ବୃଥା ହୋଇଗଲା ବୋଲି ସେ ମର୍ମାହତ ହୋଇ କହିଛନ୍ତି । ମୃତ ମାମା ନାଇକ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଗତ ୧ ତାରିଖରେ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ସେ ଭଲ ନମ୍ବର ରଖି ପାସ୍ କରିବେ ବୋଲି ବାପା ଭାଗିରଥୀ ନାଇକଙ୍କୁ କହିଥିଲେ । କିନ୍ତୁ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଗତ ମାସ ୨୯ ତାରିଖ ଦିନ ତାଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ହୋଇଥିଲେ । ତାଙ୍କୁ ପ୍ରଥମେ ବମକେଇ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିାଧିନ ଅବସ୍ଥାରେ ଆଜି ତାଙ୍କର ମୃତୁ୍ୟ ହୋଇଥିଲା । ଗତ ମାସ ୨୯ ତାରିଖ ମାମା ଘରେ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଅାଁ ବାହାରି ସେ ପିନ୍ଧିଥିବା ଲୁଗାକୁ ବ୍ୟାପିଯାଇ ଘଟଣାସ୍ଥଳରେ ଅର୍ଦ୍ଧ ଦଗ୍ଧ ହୋଇଯାଇଥିଲେ ।
Comments are closed, but trackbacks and pingbacks are open.