ସ୍କୁଲର ତାଲା ଖୋଲୁନି, ନାମଲେଖା ହେଉନି

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଦେ୍ର୍ଧଶ ପାଳନ ହେଉନି । ସ୍କୁଲରେ ହୋଇଥିଲା ସଙ୍ଗରୋଧ କେନ୍ଦ୍ର । ଏବେ ତାହା ହଟିଗଲାଣି । ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ପ୍ରତ୍ୟହ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ଯାଏଁ ସ୍କୁଲ ଖୋଲିବାକୁ ନିଦେ୍ର୍ଧଶ ରହିଛି । କିନ୍ତୁ ଏହି ନିଦେ୍ଧଶକୁ ଫୁ’ କରିଛନ୍ତି ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳର ବହୁ ପ୍ରାଥମିକ ଓ ହାଇସ୍କୁଲ । ସ୍କବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନମ୍ବର ୮୦୫୯, ଜୁନ ୫ରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ,ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଛି । ସମସ୍ତ ଶିକ୍ଷାନୁÂାନରେ ପିଲାମାନଙ୍କର ଆଡ୍ମିସନ ସକାଳ ୭ଟାରୁ ୯ଟା ୩୦ ସମୟ ମଧ୍ୟରେ କରାଯିବ । ଏହି ଆଡ୍ମିସନ ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆସିବେ । ଆଡ୍ମିସନ ବେଳେ ପିଲାମାନେ ସାମାଜିକ ଦୂରତା ଅବଲମ୍ବନ କରିବେ । ଜୁଲାଇ ୧୫ଯାଏଁ ପିଲାଙ୍କ ଆଡ୍ମିସନ ହେବ ବୋଲି ନିଦେ୍ର୍ଧଶ ଥିଲା । ବିଭାଗୀୟ ଚିଠି ନମ୍ବର ୧୦୦୮୪, ଜୁଲାଇ ୧୭ ଅନୁସାରେ ଆଡ୍ମିସନ ଅବଧି ଅଗଷ୍ଟ ୧୪ ଯାଏଁ ବୃଦ୍ଧି ହୋଇଥିଲା । କିନ୍ତୁ ପୂର୍ବ ଚିଠିର ନିଦେ୍ର୍ଧଶାବଳୀ କାଏମ ରହିଥିଲା ।
ଜିଲ୍ଲା ସଦର ମହକୁମା ଛତ୍ରପୁର ଓ ଗଞ୍ଜାମ ସହରର ବହୁ ସ୍କୁଲ ଏହି ନିର୍ଦ୍ଧାରିତ ସମୟରେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସ୍କୁଲ ଖୋଲିବାକୁ ନିର୍ଦ୍ଧାରିତ ସମୟ ନିଦେ୍ର୍ଧଶ ରହିଥିବା ଜାଣିନଥିବା କହିଛନ୍ତି ଗଞ୍ଜାମ ବ୍ଲକ ବିଇଓ ସୁବାସ ଚନ୍ଦ୍ର ଘଡେଇ । ଦିନ ୧୦ଟା ପରେ ଆଡ୍ମିସନ ହେଉଥିବା କଥାକୁ ବିଇଓ କହୁଛନ୍ତି । ନିଦେ୍ର୍ଧଶନାମା ଅନୁସାରେ ସ୍କୁଲ ଖୋଲୁ ନଥିବା ଅଭିଯୋଗ ଆସିଲେ କାର୍ଯ୍ୟାନୁÂାନ ହେବ ବୋଲି ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କହିଛନ୍ତି । ଆଜି ଓ ଗତକାଲି ଏହି ଦୁଇଟି ବ୍ଲକ ଓ ଛତ୍ରପୁର ଗଞ୍ଜାମ ଏନଏସିର କେତେକ ହାଇସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ୭ଟାରୁ ୯ଟା ୩୦ ମଧ୍ୟରେ ବନ୍ଦ ରହିଛି । ଛତ୍ରପୁର ସହରର ଅନସ୍ଲୋ, ବାଳିକା ଉଚ୍ଚ ବିଦ୍ୟାଳୟ, ରାମଲକ୍ଷ୍ମଣନଗର ଦ୍ୱିିତୀୟ ଲାଇନର ପ୍ରାଥମିକ ବିଦ୍ୟାଳୟ ସକାଳ ୭ଟାରୁ ୯.୩୦ ମଧ୍ୟରେ ବନ୍ଦ ରହିଛି । ସେହିପରି ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠ, ଟାଙ୍ଗଣାପଲ୍ଲୀ ନୀଳକଣ୍ଠେଶ୍ୱର ହାଇସ୍କୁଲ, କଣମଣା ପଞ୍ଚାୟତର ତରେଇପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ନିର୍ଦ୍ଧାରିତ ସମୟରେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତର ଝାଡ଼କୁଦା ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବା ଦେଖା ଯାଇଥିଲା । ସେହିପରି ରାସ୍ତାପାଶ୍ୱର୍ ଗାଁ ସୂର୍ଯ୍ୟନାରାୟଣପୁର, ଲକ୍ଷ୍ମୀପୁର ସମେତ ଗଞ୍ଜାମ ଏନଏ ସିର ସାନବଜାର, ଦାମୋଦରପୁର, ଜୟଶ୍ରୀ କେମିକାଲ୍ସ, ପୁଇଁତୋଳା ୟୁପି ସ୍କୁଲ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ତାଲା ପଡ଼ିଥିଲା । ପୂର୍ବରୁ ପଞ୍ଚାୟତ ଏସବୁ ସ୍କୁଲରେ ପ୍ରବାସୀ ଓଡ଼ିଆ ଶ୍ରମିକ ରହିବାକୁ ସଙ୍ଗରୋଧ କେନ୍ଦ୍ର କରିଥିଲା । ବ୍ୟାରିକେଡ୍ ଆଜି ସୁଦ୍ଧା ହଟିନି । ଏପରିକି ଫାଟକ ସମ୍ମୁଖରେ କୋଭିଦ-୧୯ ନିର୍ଦେଶନାମା ବ୍ୟାନର ଝୁଲୁଥିବା ଦେଖାଦେଇଛି । ସ୍କୁଲର ଏହି ବ୍ୟବସ୍ଥା ଉଠାଇ ଦେବାକୁ ଜିଲ୍ଲାପାଳ ବହୁ ପୂର୍ବରୁ କହିସାରିଛନ୍ତି । ଏପରି ଅବସ୍ଥାରେ ଏଠାରେ ଆଡ୍ମିସନ କିପରି ହେଉଛି ଏଥିରୁ ଅନୁମେୟ । କେବଳ ଏହି ସ୍କୁଲ ନୁହେଁ, ଅଧିକାଂଶ ସ୍କୁଲକୁ ଶିକ୍ଷକ ଏହି ସମୟ ମଧ୍ୟରେ ଆସୁନଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons