କୋଦଳା, (ବି.ବି.ନୁ୍ୟଜ୍): ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ଚରମ ଅବହେଳାର ଶିକାର ହୋଇଛନ୍ତି । ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକଙ୍କ ଦୃଷ୍ଟି ଆକର୍ଷଣ ପରେ ଫଳଶୂନ । ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ମିଳୁନାହିଁ । ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଚିକିତ୍ସା କରୁଥିବା ଆୟୁଷ ଡାକ୍ତରମାନେ କରୋନା ଯୋଦ୍ଧା ମାନ୍ୟତାରୁ ବଞ୍ଚିତ ହୋଇଛନ୍ତି । କରୋନା ମୁକାବିଲାରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତରଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ କ୍ଷୋଭ ପ୍ରକାଶ କରିଛି ଆୟୁଷ ଡାକ୍ତର ସଂଘ । ପ୍ରତିବାଦ ସ୍ୱରୂପ ଆରବିଏସ୍କେ ଡାକ୍ତର ସଂଘ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ସହ ଆଜିଠୁ କଳାବ୍ୟାଜ୍ ପରିଧାନ କରିଛି । ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧ ମାନ୍ୟତା ପ୍ରଦାନ, ଆୟୁଷ ବିଭାଗ ଅନ୍ତର୍ଗତ ଔଷଧ ଲେଖିବା ଅନୁମତି, ଅଙ୍ଗନବାଡି ଓ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ହୋମିଓପ୍ୟାଥି/ଆୟୁର୍ବେଦିକ ଔଷଧ ପ୍ରଦାନ, ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀ ନିୟମିତ ସହ ମାସିକ ପାରିଶ୍ରମିକ ୫୦, ୦୦୦ ଟଙ୍କାକୁ ବୃଦ୍ଧି ଦାବି ନେଇ ଆରବିଏସକେ ଆୟୁଷ ଡାକ୍ତରମାନେ ଆଜିଠାରୁ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଛି ।


Comments are closed, but trackbacks and pingbacks are open.