ଜିଲ୍ଲା ପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା ପଣ୍ଡା

0

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପରିଷଦ ଭାରପ୍ରାପ୍ତ ସଭାପତି ରୂପେ ଉପାଧକ୍ଷା ସ୍ନେହଲତା ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ତାଙ୍କର ଜଏନିଂ ରିପୋର୍ଟ ଜିଲ୍ଲାପାଳଙ୍କ ତରଫେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଚିଠ ୪୫୩/୩୦.୫.୨୦୧୯ ଅନୁସାରେ ସେ ଦାୟିତ୍ୱ ନେଇଥିବା ଉଲ୍ଲେଖ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ବିଜେଡି ନେତା ଜଗନ୍ନାଥ ସାବତ, ଦୈତାରି ବେହେର. ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଖଲିକୋଟ ବ୍ଲକ ଅଧ୍ୟକ୍ଷ ମିନାକ୍ଷୀ ସାହୁ, ବିଜେଡି ନେତା କେ. କୃଷ୍ଣମୂର୍ତ୍ତି, ଦିଗାମ୍ବର ପାଣିଗ୍ରାହୀ, ମନୋଜ କୁମାର ପାଢୀ, ଜିତେନ୍ଦ୍ର ପଣ୍ଡା, ଶଙ୍କର୍ଷଣ ପଣ୍ଡା, ପୂର୍ବତନ ଖଲିକୋଟ ଏନଏସି ଅଧ୍ୟକ୍ଷ ରାମମୋହନ ପଣ୍ଡାଙ୍କ ସମେତ ଶତାଧିକ ଶୁଭେଛୁ ଓ ଦଳୀୟ ସମର୍ଥକ ନୂତନ ସଭାପତିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ବିକାଶ ଧାରା ବଜାୟ ରଖି କାର୍ଯ୍ୟ କରିବି ବୋଲି ଭାରପ୍ରାପ୍ତ ସଭାପତି ସ୍ନେହତଲା ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନର ସହଯୋଗରେ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଥିଲେ । ଜିଲ୍ଲା ପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା ଚଳିତ ନିର୍ବାଚନରେ ଛତ୍ରପୁର ବିଧାୟକ ନିର୍ବାଚିତ ହେବା ପରେ ସେ ତାଙ୍କ ପଦରୁ ଇସ୍ତାଫା ଦେଇଥିଲେ । ଇସ୍ତାଫା ଗୃହିତ କରିବା ଜିଲ୍ଲା ପରିଷଦ ଉପାଧକ୍ଷା ସ୍ନେହଲତା ପଣ୍ଡା ଏହି ଦାୟିତ୍ୱରେ ରହିବାକୁ ମଇ ୩୦ରେ ଜଣାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons