କୋରାପୁଟ,(ବି.ବି.ନୁ୍ୟଜ୍): ଗତ ସପ୍ତାହ ଧରି ଲଗାଣବର୍ଷା ଯୋଗୁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଜିଲ୍ଲାର ବିଭିନ୍ନ ତହସିଲରେ ଆଜିସୁଦ୍ଧା ୪୪ଟି ଘର ଭାଙ୍ଗିଛି । ବିଶେଷକରି କୋରାପୁଟ ତହସିଲରେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ନନ୍ଦପୁର ତହସିଲରେ ୧୨ଟି ଘର ଆଂଶିକ ଭାଙ୍ଗିଛି । ମାଛକୁଣ୍ଡ ତହସିଲରେ ଆଂଶିକ ୫ଟି ଘର, କୋଟପାଡ଼ ତହସିଲରେ ଆଂଶିକ ୪ଟି ଘର, ବୈପାରରିଗୁଡ଼ା ତହସିଲରେ ଆଂଶିକ ୧୦ଟି ଘର, ଦଶମନ୍ତପୁର ତହସିଲରେ ଆଂଶିକ ୫ଟି ଘର, ଜୟପୁର ତହସିଲରେ ଆଂଶିକ ୭ଟି ଘର ଭାଙ୍ଗିଛି । ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ୍ ପଟ୍ଟନାୟକ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୪.୭୬ ମିମି ବର୍ଷା ହୋଇଛି । ସୋମବାର ଠାରୁ ଜିଲ୍ଲାରେ ବର୍ଷା ପରିମାଣ କମିଛି । କୋରାପୁଟ ବ୍ଲକରେ ୯.୪ ମିମି, ଲମତାପୁଟ ବ୍ଲକ ୮.୪ ମିମି, ପଟ୍ଟାଙ୍ଗି ବ୍ଲକ ୧ମିମି, ନନ୍ଦପୁର ବ୍ଲକ ୧୫.୬ ମିମି, ଦଶମନ୍ତପୁର ବ୍ଲକ ୪ମିମି, ଲକ୍ଷ୍ମୀପୁର ବ୍ଲକ ୨ମିମି, ସେମିଳିଗୁଡ଼ା ବ୍ଲକ ୫.୪ ମିମି, ଜୟପୁର ବ୍ଲକ ୨.୮ମିମି, କୋଟପାଡ଼ ବ୍ଲକରେ ୪, କୁନ୍ଦୁରାରେ ୧.୪ ମିମି ଓ ବୈପାରିଗୁଡ଼ା ବ୍ଲକରେ ୧୩ ମିମି ବର୍ଷା ହୋଇଥିବା ଜରୁରିକାଳୀନ ଅଧିକାରୀ ଶ୍ରୀ ପ;ନାୟକ କହିଛନ୍ତି ।
Comments are closed, but trackbacks and pingbacks are open.