ବର୍ଷାରେ ଭାଙ୍ଗିଲା ଘର, ଚିନ୍ତାରେ ପରିବାର

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଲଗାଣ ବର୍ଷାରେ ମାଟିରେ ମିଶିଗଲା ଘର । ଛପର ସହ କାନ୍ଥ ଭୁଶୁଡି ପିଡିଲା । ବାସହରା ହୋଇଗଲେ ୫ ପ୍ରାଣୀ କୁଟୁମ୍ବ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ନୂଆ ସାହିରେ । କ୍ଷତିଗ୍ରସ୍ତ ଏହି ପରିବାର ହେଲା ଭିନ୍ନକ୍ଷମ ଜୋସେଫ ଗରଡାଙ୍କର । ଏବେ ଜୋସେଫଙ୍କ ପରିବାର ସାନଭାଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । କେବଳ ବର୍ଷା ଦିନ ପର୍ଯ୍ୟନ୍ତ ସାନଭାଇ ଜୋସେଫଙ୍କୁ କେବଳ ଗୋଟିଏ ବଖରା ଛାଡିଛନ୍ତି ।
ସୂଚନା ଅନୁସାରେ, ଜୋସେଫଙ୍କ ପରିବାର କହିଲେ ସ୍ତ୍ରୀ ରିନା ଓ ୩ ଝିଅ । ଘରର ରୋଜଗାର କହିଲେ କିଛିନାହିଁ । ପିଲାବେଳୁ ଜୋସେଫଙ୍କ ଡାହାଣ ହାତ କାମ କରୁନି । ତାଙ୍କ ବାପା ସରକାରୀ କର୍ମଚାରୀ ଥିଲେ । ବାପାଙ୍କ ମୃତୁ୍ୟ ପରେ ତାଙ୍କ ମାଆଙ୍କୁ ମାସିକ ୯ ହଜାର ଟଙ୍କା ପେନସନ୍ ମିଳୁଥିଲା । ଏଥିରେ ଜୋସେଫଙ୍କ ପରିବାର ଚଳୁଥିଲେ । ଗତ ବର୍ଷ ତାଙ୍କ ମା’ଙ୍କର ମୃତୁ୍ୟ ହୋଇଛି । ସେବେଠାରୁ ଏହି ପରିବାର ଉପରେ ଦୁଃଖର ପାହାଡ ଖସି ପଡିଛି । ଜୋସେଫଙ୍କୁ ଭିନ୍ନକ୍ଷମ ସହାୟତା ମାସିକ ୭ ଶହ ଟଙ୍କା ଓ ୨୦ କେଜି ଚାଉଳ ମିଳୁଛି । ରିନା କେତେବେଳେ କେମିତି କୁଲି କାମ କରି କିଛି ରୋଜଗାର କରୁଛନ୍ତି । ଅତି ଦୁଃଖ କଷ୍ଟରେ ପରିବାର ଚଳୁଥିଲେ । ଏବେ ବର୍ଷା ପୁଣି ଦାଉ ସାଧିଛି । ପୁରୁଣାକାଳିଆ ଚାଳଛପର ଘରଟି ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସରକାରୀ ବାବୁମାନେ କେବଳ ପଲିଥିନ୍ ଖଣ୍ଡେ ଧରାଇ ଦେଇ ଆବାସ ଯୋଜନାରେ ସାମିଲ କରାଯିବ କହି କାମ ସାରି ଦେଇଛନ୍ତି । ଜୋସେଫଙ୍କ ସାନଭାଇ କେବଳ ବର୍ଷାଦିନ ପର୍ଯ୍ୟନ୍ତ ମାତ୍ର ଗୋଟିଏ ବଖରା ଏହି ପରିବାରକୁ ଛାଡିଛନ୍ତି । ବର୍ଷା ଋତୁ ପରେ କେଉଁଠି ରହିବେ ବୋଲି ଏହି ପରିବାରର ଚିନ୍ତା ବଢିଯାଇଛି । ଏପରିସ୍ଥଳେ, ତୁରନ୍ତ ଏହି ପରିବାରକୁ ସରକାରୀ ଯୋଜନାରେ ଆବାସ ଖଣ୍ଡେ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons