ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସୋମବାର ଗଜପତି ଜିଲ୍ଲା ପରିଷଦ ବୈଠକ ଅନୁÂିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୫ମ ରାଜ୍ୟ ଅର୍ଥ କମିଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପାଣ୍ଠି ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ସ୍ତରରେ ପାଣ୍ଠିକୁ ବଣ୍ଟନ କରିବା ବ୍ୟବସ୍ଥା ରହିଥିବାରୁ ଏ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଏ ନେଇ କୌଣସି ସହମତି ହୋଇପାରିନଥିବାରୁ ନିସ୍ପତି ଗ୍ରହଣ କରାଯାଇପାରିନଥିଲା । ତେବେ ଅତିଶୀଘ୍ର ଏହାକୁ ନେଇ ଆଉ ଏକ ବୈଠକ କରି ଏ ସମ୍ପର୍କରେ ନିସ୍ପତି ଗ୍ରହଣ କରାଯିବ ବୋଲି ନିସ୍ପତି ହୋଇଛି । ଏ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଭାକର ତ୍ରିପାଠୀ ସୂଚନା ଦେଇଛନ୍ତି । ବୈଠକରେ ଉପାଧ୍ୟକ୍ଷ ଜି.ବିଜୟ କୁମାର, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ମହେଶ ଚୌଧୁରୀ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧୀ ଭାବେ ବରିÂ ବିଜେଡି ନେତା ବସନ୍ତ ଦାଶ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.