ରିୟା ଚକ୍ରବର୍ତ୍ତୀ ଗିରଫ

Get real time updates directly on you device, subscribe now.

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ମଙ୍ଗଳବାର ଦିନ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି ଜ୍ଝ ଲଗାତାର ୩ ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଛି ଜ୍ଝ ଏନସିବି ରବିବାର ଦିନ ରିୟାଙ୍କୁ ୬ ଘଣ୍ଟା ଏବଂ ସୋମବାର ଦିନ ୮ ଘଣ୍ଟା ଜେରା କରିଥିଲା ଜ୍ଝ ଏନସିବି ରିୟାଙ୍କ ସାନ ଭାଇ ଷୌଭିକ ଚକ୍ରବର୍ତୀ, ରାଜପୁତ ହାଉସ ମ୍ୟାନେଜର ସାମୁଏଲ ମୀରାଣ୍ଡ ଓ ସୁଶାନ୍ତଙ୍କ ଜଣେ ବ୍ୟକ୍ତିଗତ ଷ୍ଟାଫ ଡିପିଏସ ସାୱନ୍ତଙ୍କୁ ଆମ୍ନାସାମ୍ନା କରିଥିଲା ଜ୍ଝ
ସୂଚନାଯୋଗ୍ୟ ଯେ, ଏଜେନ୍ସିକୁ ମୋବାଇଲ ଚାଟ ରେକର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ଡାଟା ମିଳିଥିଲା ଯେଉଁଥିରେ ପ୍ରତିବନ୍ଧିତ ମାଦକ ଦ୍ରବ୍ୟ କିଣାକିଣିରେ ଏମାନଙ୍କ ହାତ ଥିବା ସାମ୍ନାକୁ ଆସିଥିଲା ଜ୍ଝ ଗତ କିଛି ଦିନ ଧରି ଲଗାତାର ଯାଞ୍ଚ ପରେ ଏନସିବି ଏହି ୩ ଜଣଙ୍କୁ ଗିରଫ କରିଥିଲା ଜ୍ଝ
ଏହା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା ଜ୍ଝ ରିୟା କିଛି ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ନିଜେ କେବେ କୌଣସି ମାଦକ ଦ୍ରବ୍ୟ ସେବନ କରିନାହାନ୍ତି ଜ୍ଝ କିନ୍ତୁ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ସେ ଜୋର କରି କହିଥିଲେ ଜ୍ଝ
ସୂତ୍ର ଅନୁଯାୟୀ, ମଙ୍ଗଳବାର ଦିନ ରିୟା ସ୍ୱୀକାର କରିଥିଲେ ଯେ ସେ ଡ୍ରଗ୍ସ ସେବନ କରୁଥିଲେ ଜ୍ଝ ଏଜେନ୍ସି ଅଞ୍ଜୁ କେଶୱାନି ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଜ୍ଝ କୈଜନ ଇବ୍ରାହିମଙ୍କୁ ପଚରାଉଚୁରା ସମୟରେ ଅଞ୍ଜୁ କେଶବନିଙ୍କ ନାଁ ସାମ୍ନାକୁ ଆସିଥିଲା ଜ୍ଝ ତାଙ୍କୁ ଆଗରୁ ଗିରଫ କରାଯାଇଥିଲା ଜ୍ଝ ରବିବାର ଦିନ କେଶୱାନିଙ୍କ ଅନେକ ଠିକଣାରେ ଚଢ଼ାଉ କରି କିଛି ମାଦକ ଦ୍ରବ୍ୟ ଓ ନଗଦ ଟଙ୍କା ଜବତ କରିଥିଲା ଜ୍ଝ
ଏନସିବି ଏହି ମାମଲାରେ ଏବେ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଛି ଜ୍ଝ ଏମାନଙ୍କ ମଧ୍ୟରୁ ୭ଜଣ ତଦନ୍ତ ସହ ସିଧାସଳଖ ଜଡିତ ଥିବାବେଳେ ଅନ୍ୟ ୨ ଜଣ ଏନ୍ଡ଼ିପିଏସ ଆଇନ ଧାରା ଅନୁଯାୟୀ ତଦନ୍ତ ଆରମ୍ଭ ହେବାପରେ ଗିରଫ ହୋଇଥିଲେ ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons