ସୋରଡ଼ା,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ହେବାର ଏବେ ବି ଆଶଙ୍କା ରହିଛି । ଏନେଇ ଆମକୁ ସତର୍କ ରହିବାକୁ ହେବ । ଗାଡ଼ି ଚଳାଚଳ ଧରେ ଧିରେ ସ୍ୱାଭାବିକ୍ ସ୍ଥିତିକୁ ଫେରୁଥିବା ବେଳେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାକୁ କଡ଼ାକଡ଼ି ପାଳନ କରାଯାଉଛି । ବୁଧବାର ସୋରଡ଼ା ତହସିଲଦାର ଭୁବନେଶ୍ୱର ଯାଉଥିବା ଏକ ବସ୍ ଅଟକାଇ ଯାତ୍ରୀମାନେ ଗାଡ଼ିରେ ମାସ୍କ ପିନ୍ଧିଛନ୍ତି କି ନାହିଁ ଯାଞ୍ଚ କରିଛନ୍ତି ।
କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋରଡ଼ା ଗ୍ରସ୍ତରେ ଆସି ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି । ବର୍ତ୍ତମାନ ଜନସାଧାରଣ ମାr ପିନ୍ଧିବା ଭୁଲିଗଲେଣି ଆଉ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି । ପୁଣି ସଂକ୍ରମଣ ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି । ସୋରଡା ତହସିଲଦାର ବସରେ ବସିଥିବାଯାତ୍ରୀ ମାନେ ମାr ବ୍ୟବହାର କରିଛନ୍ତି କି ନାହିଁ ଯାଞ୍ଚ କରିଛନ୍ତି । ଗାଡିର କର୍ମଚାରୀଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଯାଞ୍ଚ ସମୟରେ ତହସିଲଦାର ରବୀନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର କାରେଶ ଯାନୀ, ସୁପରଭାଇଜର ପ୍ରଦୀପ ଯାନୀ ଲୋକମାନଙ୍କୁ ବୁଝାଇବା ସହିତ ମନ୍ଦିରରେ ଗହଳି ନ କରିବାକୁ କହିଛନ୍ତି ।


Comments are closed, but trackbacks and pingbacks are open.