ଭାରତରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଶା

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ୍): ଆସନ୍ତା ଏପ୍ରିଲ ମାସ ୨୦୨୧ରେ ମିଅାଁମାରରେ ହେବାକୁ ଥିବା ଲିଟିଲ ମିସ୍ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଶା ମେହେର । ମିଅାଁମାର ପର୍ଯ୍ୟଟନ ବିଭାଗ ସହାୟତାରେ ଗ୍ଲୋବାଲ ବିୟୁଟି ଇଣ୍ଟର ନେସନାଲ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଥିବା ପ୍ରକାଶ କରାଯାଇଛି । ଅନିଶା ହେଉଛନ୍ତି ବୌଦ୍ଧ ନିବାସୀ ପ୍ରମୋଦ ମେହେର ଓ ସୁକାନ୍ତୀ ସିଂଙ୍କ କନିÂ କନ୍ୟା । ଅନିଶା ପିଲାଟି ଦିନରୁ ନୃତ୍ୟ, ସଙ୍ଗୀତ, କଳା, କରାଟେ, ଫେଶନ ସୋ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି । ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ । ଏହି ପ୍ରତିଯୋଗିତାରେ ୩୫ଟି ଦେଶ ଅଂଶଗ୍ରହଣ କରିବାକୁ ଥିବା ବେଳେ ଭାରତ ପକ୍ଷରୁ ଅନିଶା ପ୍ରତିନିଧିତ୍ୱ କରିବେ । ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ଗାନାଇଜେସନ ଓ ଇଣ୍ଟିଆନ ଇଣ୍ଟର ନେସନାଲ ପାଗେଣ୍ଟ କମ୍ପାନି ପକ୍ଷରୁ ଅନ୍ଲାଇନ ଫେଶନ ସୋ ଅଡିସନରେ ବଛାବଛା ୧୦୦ଜଣ ଝିଅଙ୍କୁ ମଧ୍ୟରୁ ଟିନ (୧୪ ବର୍ଷରୁ କମ ବର୍ଗ) ବିଭାଗରେ ସର୍ବାଧିକ ନମ୍ବର ରଖି ମିଅାଁମାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅନୁÂାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons