ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୋରଦାର ହେଲା ପୁଲିସର ଦାଦାବଟିକୁ ନା’ କାର୍ଯ୍ୟାନୁÂାନ । ବରମୁଣ୍ଡା ବାସ୍ ଷ୍ଟାଣ୍ଡରେ ଦାଦାବଟି ଆଦାୟ କରି ଆତଙ୍କ ଖେଳାଇଥିବା ୪ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ସେମାନେ ହେଲେ ବରମୁଣ୍ଡାର ଭରତ ପ୍ରଧାନ, ଦୀପକ ବେହେରା, ସୌମ୍ୟ ପ୍ରଧାନ ଓ ରାୟଗଡ଼ାର ଅଶୋକ ସ୍ୱାଇଁ । ଏମାନଙ୍କ ଠାରୁ ପୁଲିସ୍ ଏକ ଗାଡ଼ି ଜବତ କରିଛି । ପୁଲିସ ଚଢ଼ଉ ବେଳେ ଏମାନଙ୍କ କିଛି ସହଯୋଗୀ ଫେରାର ହୋଇଯାଇଛନ୍ତି । ଭରତ ହେଉଛନ୍ତି ଏହି ଗ୍ୟାଙ୍ଗ୍ର ମୁଖ୍ୟ । ସେ ୪ଟି ବସ୍ର ମାଲିକ ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଏହି ୪ ଜଣ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଆତଙ୍କ ଖେଳାଉଥିଲେ । ଏଠାକୁ ଆସୁଥିବା ପ୍ରତ୍ୟେକ ବସ୍ ଠାରୁ ମାସକୁ ୨ ହଜାର ଟଙ୍କା ଲେଖାଏଁ ନେଉଥିଲେ । ବଟି ନଦେଲେ ବସ୍ର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ହଇରାଣ କରୁଥିଲେ । ଖାଲି ସେତିକ ନୁହେଁ, ଟିକେଟ୍ କାଉଣ୍ଟର ଓ ଉଠା ଦୋକାନୀମାନଙ୍କ ଠାରୁ ମଧ୍ୟ ବଟି ନେଉଥିଲେ । କୌଣସି ଯାତ୍ରୀ ଅଧିକ ଜିନିଷ ବସ୍୍ରେ ଉଠାଇବାକୁ ଚାହିଁଲେ, ଏମାନେ ସେଠାରେ ପହଞ୍ଚି ଅନେକ ନିୟମର ପାଠ ପଢ଼ାଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ବଡ଼ କଥା ହେଲା ଆସୋସିଏସନ ବ୍ୟତୀତ ଅନ୍ୟ କୌଣସି ବସ୍ ଏହି ଷ୍ଟାଣ୍ଡରୁ ବାହାରିଲେ ଦିନକୁ ୨୦୦୦ ଟଙ୍କା ଏବଂ ସିଟ୍ ପିଛା କମିଶନ ନେଉଥିଲେ । ଏମାନଙ୍କର ମୁଖିଆ ହେଉଛନ୍ତି ଭରତ ।
ଯାତ୍ରୀଙ୍କୁ ଭରତ ନିଜ ବସ୍ରେ ଭୁବନେଶ୍ୱରରୁ ହାଇଦ୍ରାବାଦ ଟିକେଟ ଦେଉଥିଲା । କିନ୍ତୁ ମାଲକାନଗିରି ପର୍ଯ୍ୟନ୍ତ ନେଇ ସେଠାରେ କହୁଥିଲା ବସ୍ ହାଇଦ୍ରାବାଦ ଯିବନି । କୌଣସି ଯାତ୍ରୀ ପ୍ରତିବାଦ କଲେ ଭରତର ଡ୍ରାଇଭର ଓ ହେଲ୍ପର ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରୁଥିଲେ । ହାଇଦ୍ରାବାଦ ଟିକେଟ କାଟିଥିବା ଯାତ୍ରୀ ବହୁତ ଅସୁବିଧାର ସାମ୍ନା କରୁଥିଲେ । ଭରତର ଅନ୍ୟ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି । ଏମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଖଣ୍ଡଗିରି ଥାନା ଆଇଆଇସି ପଦ୍ମାନାଭ ପ୍ରଧାନ ସୂଚନା ଦେଇଛନ୍ତି ।
ସେହିଭଳି ବଡ଼ଗଡ଼ ଥାନା ପୁଲିସ ମଧ୍ୟ ଏଭଳି ଜଣେ ତଥାକଥିତ ଦାଦାକୁ ଗିରଫ କରିଛି । ସେ ହେଉଛି ବଡ଼ଗଡ଼ ଭୋଇ ସାହିର ସୁଭ୍ରାଂଶୁ କୁମାର ଭଞ୍ଜ । ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟୀଙ୍କୁ ଆତଙ୍କିତ କରି ସେ ବଟି ଆଦାୟ କରୁଥିଲା । ତା’ଛଡା ଏହି ଅଞ୍ଚଳରେ ବ୍ୟବସାୟ କଲେ ତାକୁ ଟଙ୍କା ଦେବାକୁ ପଡ଼ୁଥିଲା । ବଟି ନ ଦେଲେ ଆକ୍ରମଣ ଓ ବୋମାମାଡ଼ କରୁଥିବା ମଧ୍ୟ ଅଭିଯୋଗ ରହିଛି । ଗିରଫ ହୋଇ ଜାମିନ୍ରେ ଫେରିବା ପରେ ମଧ୍ୟ ସେ ଅଭ୍ୟାସ ଛାଡ଼ୁନଥିଲା । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଶ୍ୱ ରଞ୍ଜନ ନାୟକ ସୂଚନା ଦେଇଛନ୍ତି ।
ଅନୁରୂପ ଭାବେ ଏୟାରଫିଲ୍ଡ ଥାନା ପୁଲିସ ମଧ୍ୟ ୨ ଜଣକୁ ଗିରଫ କରିଛି । ସେମାନେ ହେଲେ ସୁନ୍ଦରପଦାର ସିଲୁ ଭୋଇ ଓ ବାବାଜୀ ସାହୁ । ଏମାନେ ସମ୍ପୃକ୍ତ ଅଞ୍ଚଳରେ ଏକ ଗୋÂୀ ତିଆରି କରି ଆତଙ୍କ ସୃଷ୍ଟି କରୁଥିଲେ । ବ୍ୟବସାୟ ବା ଜମିବାଡ଼ି କିଣୁଥିବା ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରୁଥିଲେ । ଉଠା ଦୋକାନୀଙ୍କ ଠାରୁ ଦିନକୁ ୨ଶହରୁ ୫ ଶହ ଟଙ୍କା ନେଉଥିଲେ । ଦୀର୍ଘ ଦିନ ହେବ ଏମାନଙ୍କ ନାମରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଉଭୟେ ଫେରାର ହୋଇ ଯାଇଥିଲେ । କମିସନରେଟ୍ ପୁଲିସ ‘ଆଣ୍ଟି-ଏକ୍ସଟର୍ସନ ଟାସ୍କ ଫୋର୍ସ’ ଆରମ୍ଭ କରିବା ପରେ ଉଭୟଙ୍କୁ ଧରିଛି ପୁଲିସ୍ । ଏନେଇ ଏୟାରଫିଲ୍ଡ ଆଇଆଇସି ଦୀପକ ମିଶ୍ର କହିଛନ୍ତି ଏମିତି ଚଢ଼ଉ ଜାରି ରହିବ । ଦାଦା ବଟି ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନିଆଯିବ ।
ସୂଚନା ମୁତାବକ, ଶନିବାର କମିଶନରେଟ ପୁଲିସ୍ ପକ୍ଷରୁ ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଟୁଇନ୍ ସିଟିରେ ଦାଦାବଟି ଆଦାୟକୁ ରୋକିବା ପାଇଁ କମିଶନରେଟ୍ ପୁଲିସ୍ ଏଭଳି ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୁଲିସ୍ ଆଲୋଚନା କରୁଛି । ଭୟଭୀତ ନ’ ହୋଇ ପୁଲିସ୍ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୁଲିସ୍ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୁଲିସ୍କୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।
Comments are closed, but trackbacks and pingbacks are open.