ନବରଙ୍ଗପୁର, (ବି.ବି.ନୁ୍ୟଜ୍): ଜିଲ୍ଲାର କୋଷାଗୁମୁଡା ପରେ ରାଇଘର ଥାନା କୁନ୍ଦୁରାପାଣି ଗାଁରେ ଜଙ୍ଗଲକୁ ନେଇ ସଂଘର୍ଷ ଘଟିଛି । ଦୁଇପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ଗୋଟିଏପକ୍ଷର ୫ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କୁନ୍ଦୁରାପାଣି ଗାଁର ସାଗାରାମ ଗଣ୍ଡ, ଚରଣ ଗଣ୍ଡ, ଚତୁର ଗଣ୍ଡ, ସୁରେନ୍ଦ୍ର ଗଣ୍ଡ ଓ କେଶନାଥ ଗଣ୍ଡ । ସେମାନେ ରାଇଘର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏ ସମ୍ପର୍କରେ କୁନ୍ଦୁରାପାଣି ଗାଁର ବନ ସୁରକ୍ଷା ସମିତି ସଦସ୍ୟ ସାଗାରାମ ଗଣ୍ଡ ରାଇଘର ଥାନାରେ ଏତଲା ଦେଇଛନ୍ତି ।
ଏତଲାରେ ଦର୍ଶାଯାଇଛି ଯେ, ଶୁକ୍ରବାର ଦିନ ପ୍ରାୟ ଗୋଟାଏ ବେଳେ କୁନ୍ଦୁରାପାଣିର ୫ଟି ପଡୋଶୀ ଗାଁ ବାଲିବେଡା, ହାତୀଗାଁ, ଟିମନପୁର, କଲିଆପଦର ଓ ଚମକାଡୋରିର ୨୦୦ରୁ ଅଧିକ ଲୋକ ଜଙ୍ଗଲ ଭିତରକୁ ପଶି ମୂଲ୍ୟବାନ ଗଛ କାଟି ପଦା କରି ଦେଉଥିଲେ । ଏହାକୁ ବିରୋଧ କରିଥିଲେ କୁନ୍ଦୁରାପାଣି ଗାଁ ଲୋକେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗଛ କାଟିବାକୁ ଆସିଥିବା ଲୋକେ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ । ସଂଘବଦ୍ଧ ଆକ୍ରମଣରେ କୁନ୍ଦୁରାପାଣି ଗାଁର ୫ଜଣ ଆହତ ହୋଇଛନ୍ତି । ତେଣୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଏତଲାରେ ଦାବି କରାଯାଇଛି । ଏ ସମ୍ପର୍କରେ ରାଇଘର ଥାନା ଅଧିକାରୀ ଅଭୟ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।


Comments are closed, but trackbacks and pingbacks are open.