ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଜୁଆ ଖେଳ ଚାଲିଥିବାବେଳେ ଯୁବକଙ୍କୁ ନିର୍ମମ ହତ୍ୟା । ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଜୁଆ ଖେଳବେଳେ ଆଜି ଭୋର୍ ସେହି ଗ୍ରାମର ବଚନ ସ୍ୱାଇଁଙ୍କୁ ଠେଙ୍ଗା ଓ ଛୁରିରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ବଚନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ହତ୍ୟା ମାମଲରେ ଦୁଇ ଭାଇ ଜଡ଼ିତ ଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି । ମୃତକ ବଚନ ସ୍ୱାଇଁଙ୍କ ଭଉଣୀ ଲକ୍ଷ୍ମୀ ସ୍ୱାଇଁଙ୍କ ଏତଲା ଆଧାରରେ ଥାନା କେସ୍ ୨୫୦/୨୦ ରୁଜୁ ହୋଇଛି । ଆଇଆଇସି ସେଠୀ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି । ସେଠାରୁ ରକ୍ତ ଲଗା ଛୁରି, ଠେଙ୍ଗା ଜବତ ହୋଇଥିବା ସେ କହିଛନ୍ତି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ବଚନ ନାମରେ ପ୍ରାୟ ୧୦ଟି ଫୌଜଦାରୀ ମାମଲା ବିଚାରାଧୀନ ଥିବା ଆଇଆଇସି କହିଛନ୍ତି ।
ଆଇଆଇସିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଆଜି ଜୁଆ ଆଡ୍ଡାରେ ଗଣ୍ଡଗୋଳ ହୋଇଥିଲା । ବଟି ମାଗିବା ଘଟଣାକୁ କେନ୍ଦ୍ର କରି ବଚନ ସ୍ୱାଇଁ ସହିତ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ପୂର୍ବରୁ ଆକ୍ରମଣ କରିଥିବା ଯୁବକଙ୍କ ସହ ବଚନ ସ୍ୱାଇଁଙ୍କ ଶତ୍ରୁତା ଥିଲା । ଏକ ଫୌଜଦାରୀ ମାଲାରେ ସାକ୍ଷ୍ୟ ଗ୍ରହଣକୁ କେନ୍ଦ୍ର କରି ରାଗ ରଖିଥିଲେ । ଜୁଆ ଆ‡ା ଗତକାଲି ରାତିରୁ ଆଜି ଭୋର୍ ପର୍ଯ୍ୟନ୍ତ ଚାଲିଥିଲା । ବଟି ନଦେବାରୁ ପାଟିତୁଣ୍ଡ ହୋଇ ହାତାହାତି ହୋଇଥିଲେ । ପରେ ଠେଙ୍ଗା ଓ ଛୁରିରେ ବଚନ ସ୍ୱାଇଁଙ୍କୁ ବିଭତ୍ସ ଭାବେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତ ପରେ ଆଇଆଇସି ସୂଚନା ଦେଇଛନ୍ତି । ଦଶହରା ଉତ୍ସବରେ ଗ୍ରାମବାସୀ ଖୁସି ପାଳୁଥିବା ବେଳେ ବନ୍ଥପଲ୍ଲୀ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons