ଡକାୟତି ଯୋଜନା ପଣ୍ଡ: ୬ ଡକାୟତ ଗିରଫ

Get real time updates directly on you device, subscribe now.

ପୁରୀ: ଡକାୟତି ଯୋଜନା ପଣ୍ଡ । ପୁରୀ ସହର ଉପକଣ୍ଠ ବାଟଗାଁ ଓ ମଙ୍ଗଳାଘାଟ ବାଇପାସ ରାସ୍ତା କଡ଼ରୁ ୬ଜଣ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଖଣ୍ଡା ଓ ମଦ ବୋତଲ ଜବତ କରିଛି ବାସେଳି ସାହି ଥାନା ପୋଲିସ ।
ବାଟଗାଁ ଓ ମଙ୍ଗଳାଘାଟ ବାଇପାସ ରାସ୍ତା କଡ଼ରୁ ଡକାୟତି କରିବା ପାଇଁ ଯୋଜନା କରୁଥିବାର ପୋଲିସକୁ ଖବର ମିଳିଥିଲା । ବାସେଳି ସାହି ଥାନା ପୋଲିସ ଚଢାଉ କରି ୬ ପୋଲିସ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟ ରୁ ଖଣ୍ଡା ଓ ମଦ ବୋତଲ ଜବତ ସହ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାସେଳି ସାହି ଥାନା ମିଶ୍ର ଲେନ ନୋଳିଆ ସାହିର ତ୍ରିନାଥ ନାୟକ, ହରିଜନ ବସ୍ତିର ଶ୍ରୀଧର ନାୟକ, ମାଟିଭଟ ସମୂଖ ଦିଲ୍ଲୀପ ବରାଳ, ପାର୍ବତୀପୁର ନିବାସୀ ଗୌତମ ବିଶ୍ୱାଳ, ଚୁଡ଼ଙ୍ଗ ସାହି ମଧୁବନ ଗଳିର ହିମାଂଶୁ ଶେଖର ପାତ୍ର ଏବଂ ବାଲି ଘାଟ ଅଞ୍ଚଳର ରଂଜନ ରାଉଳ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons