ଉଦଳା : କପ୍ତିପଦା ଥାନା ଶାଳଚୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡିରେ ପରିବା ଚାଷ ହୋଇଥିଲା । ଉକ୍ତ ଗ୍ରାମର ଦୁଇ ଜଣ ଯୁବକ ବାଡିରେ ପଶି ବାଇଗଣ ସମେତ ଅନ୍ୟ ପରିବା ଚୋରି କରି ନେବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଥିଲେ । ଏହାପରେ ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଗଁ। ଦାଣ୍ଡରେ ଏକ ଗଛରେ ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ରଖିଥିଲେ ।
କେବଳ ସେତିକି ନୁହେଁ ଦୁଇ ଯୁବକଙ୍କୁ ବାନ୍ଧି ରଖିବା ସହିତ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଦୁଇ ଯୁବକଙ୍କ ପରିବାର ଲୋକେ ଏବଂ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ସେମାନେ ଦୁଇ ଯୁବକଙ୍କୁ ଛାଡି ଦେଇଥିଲେ । ସାମାନ୍ୟ ପରିବା ଚୋରି ଘଟଣାକୁ ନେଇ ଗ୍ରାମରେ ଏକ ପ୍ରକାର କଙ୍ଗାରୁ କୋର୍ଟ ବସିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ତେବେ ଗଛରେ ବନ୍ଧା ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.