ସଡ଼କ ଦୁର୍ଘଟଣାରେ ୫ ମୃତ, ୫ ଆହତ

Get real time updates directly on you device, subscribe now.

ରାୟଗଡ଼,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି- କଳିଙ୍ଗା ରାସ୍ତା ରାଇପଦା ନିକଟରେ ରବିବାର ସନ୍ଧ୍ୟାରେ ଦୁଇଟି କାର ମୁହାଁମୁହିଁ ଧକ୍କା ଯୋଗୁଁ ୩ ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ଗଜପତି ଜିଲ୍ଲା ରାୟଗଡ଼ ଥାନା ଜିରାଙ୍ଗ ବିଟ୍ ହାଉସ୍ ଅଧୀନ ରଘୁନାଥପୁର ଛକରେ ରବିବାର ଦୁଇ ବାଇକ ଧକ୍କାରୁ ଦୁଇଜଣ ସାଙ୍ଗର ମୃତୁ୍ୟ ହୋଇଛି ।
ଜି. ଉଦୟଗିରି- କଳିଙ୍ଗା ରାସ୍ତା ରାଇପଦା ନିକଟରେ ହୋଇଥିବା ଦୁର୍ଘଟଣାରେ ଘଟଣାସ୍ଥଳରେ ଟିକାବାଲି ତେନ୍ତୁଳିଗଡ଼ର ପଞ୍ଚାନନ ସାହୁ(୩୦) ଓ ଅନ୍ୟ ଜଣେ ଟିକାବାଲି ବୁଦୁଗୁଡୁର ସୁବାସ ବେହେରା(୪୫)ଙ୍କର ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଆହତ ସୋମବାର କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟ ହୋଇଛି । ଜଣାଯାଇଛି ଯେ, କଳିଙ୍ଗା ପଟୁ ଜି. ଉଦୟଗିରି ଅଭିମୁଖେ ଆସୁଥିବା ଏକ କାର ସହ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଆହତମାନେ ହେଲେ ଟିକାବାଲି ଥାନା ଅଞ୍ଚଳର ମିଥୁନ ପ୍ରଧାନ, ନାଗାର୍ଜୁନ ନାୟକ, ଦୀପକ କୁମାର ମଲ୍ଲିକ, ମାର୍ଶଲ ପ୍ରଧାନ ଓ ରାଜେନ୍ଦ୍ର ସାହୁ ବୋଲି ଜଣାପଡ଼ିଛି । ସେମାନଙ୍କୁ ଜି. ଉଦୟଗିରି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ହସ୍ପିଟାଲ ଏବଂ ସେଠାରୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଜି. ଉଦୟଗିରି ଥାନା କେସ୍ ନଂ ୮୫/୨୦ ମକଦ୍ଧମା ରୁଜୁ କରି ତଦନ୍ତ କରାଯାଉଥିବା ତଦନ୍ତ ଅଧିକାରୀ କୌଶଲ୍ୟା ବେହେରା କହିଛନ୍ତି ।
ରାୟଗଡ଼ ଥାନା ଜିରାଙ୍ଗ ବିଟ୍ ହାଉସ୍ ଅଧୀନ ରଘୁନାଥପୁର ଛକରେ ରବିବାର ହୋଇଥିବା ବାଇକ୍ ଦୁର୍ଘଟଣାରେ ଦୁଇଜଣ ଜିରାଙ୍ଗ ଗ୍ରାମର ବାସୁଦେବ ପାଇକ (୩୧) ଓ ନୀଳାଞ୍ଚଳ ପାଇକ(୨୭)ଙ୍କର ମୃତୁ୍ୟ ଘଟିଛି । ଉଭୟ ସାଙ୍ଗର ମୃତୁ୍ୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ରବିବାର ଜିରାଙ୍ଗ ଗ୍ରାମର ସୁବାସ ପାଇକଙ୍କ ସାନପୁଅ ବାସୁଦେବ ଓ ଉକ୍ତ ଗ୍ରାମର ମହାକାଳ ପାଇକଙ୍କ ଏକମାତ୍ର ପୁଅ ନୀଳାଞ୍ଚଳ ଦୁହେଁ ମିଶି ବାଇକ୍ (ଓଡି ୨୦- ୯୨୪୭) ଯୋଗେ ରଘୁନାଥପୁର ଦୂର୍ଗା ପୂଜା ଦେଖିବାକୁ ଯାଇଥିଲେ । ସେଠାରୁ ଦର୍ଶନ ସାରି ଫେରୁଥିବା ବେଳେ ରଘୁନାଥପୁର ଛକ ନିକଟରେ ଅନ୍ୟ ଏକ ବାଇକ୍ର ଅସାବଧାନତା କାରଣରୁ ଉଭୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ବାସୁଦେବ ପାଇକଙ୍କ ମୃତୁ୍ୟ ହୋଇଥିଲା । ନୀଳାଞ୍ଚଳକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ଭୁବନେଶ୍ୱର ନିକଟରେ ତାଙ୍କ ମୃତୁ୍ୟ ହୋଇଥିଲା । ଅଧରାସ୍ତାରୁ ନୀଳାଞ୍ଚଳର ମୃତଦେହକୁ ଅଣାଯାଇ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏ ନେଇ ଜିରାଙ୍ଗ ଫାଣ୍ଡି ପୁଲିସ ୬୭/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ ଶବର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons