ମୈଦଲପୁର,(ବି.ବି.ନୁ୍ୟଜ୍): ୨୬ ନମ୍ବର ଜାତୀୟ ରାଜପଥର ଲୁହାର ସୁରକ୍ଷା ପାଚେରୀରେ ପିଟି ହୋଇ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି ଓ ତାଙ୍କ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମୈଦଲପୁର ଫାଣ୍ଡିର ସଦର ଗାଁରେ । ମୃତ ଯୁବକଙ୍କ ନାଁ ଉବ ବେହେରା ଓ ତାଙ୍କ ଜ୍ୱାଇଁ ସୁଶିଲ ଗୌଡ଼ । ଆହତ ସୁଶିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ଣ ୫ଟାରେ ମୈଦଲପୁରରୁ ଏକ ବାଇକ୍ରେ ଉବ ଓ ତାଙ୍କ ଜ୍ୱାଇଁ ସୁଶିଲ ଗୋପୀଗୁଡା ଗାଁକୁ ଯାଉଥିଲେ । ମୈଦଲପୁର ଗାଁର ବୁଲାଣି ନିକଟରେ ସେମାନେ ଭାରସାମ୍ୟ ହରାଇବାରୁ ବାଇକ୍ଟି ରାଜପଥର ଲୁହାର ସୁରକ୍ଷା ପାଚେରୀକୁ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଉବଙ୍କ ମୃତୁ୍ୟ ହୋଇଥିଲା । ସୁଶିଳଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପିଟିରେ ଗଭୀର ଆଘାତ ଲାଗିଛି । ଖବରପାଇ ମୈଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ କରିବା ସହ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ଦିଆନ କହିଛନ୍ତି ।


Comments are closed, but trackbacks and pingbacks are open.