ଜେଲ୍ ଗଲେ ଲାଞ୍ଚୁଆ ସିଡିପିଓ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଏକ ସ୍ୱୟଂ ସହାୟିକା ଗୋÂୀର ଲାଇସେନ୍ସ ନବୀକରଣ ଏବଂ ଛତୁଆ ବିଲ୍ ପାସ କରାଇଦେବା ମହଙ୍ଗା ପଡିଛି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ । ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି । ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସେ ଜେଲ୍ରେ ରହିବେ ବୋଲି ଏସ୍ପି ଶଶିଭୂଷଣ ମହାପାତ୍ର କହିଛନ୍ତି ।
ବିଭାଗୀୟ ସୂଚନା ଅନୁଯାୟୀ, ସ୍ନିଗ୍ଧାରାଣୀ ଗତ ୨୭ ତାରିଖରେ ନନ୍ଦପୁର ବ୍ଲକର ଏକ ଏଏଚ୍ଜିଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ସେପ୍ଟେମ୍ବରର ଛତୁଆ ବିଲ୍ ଏବଂ ବାର୍ଷିକ ନବୀକରଣ ବାବଦରେ ଏହି ଟଙ୍କା ସେ ଦାବି କରିଥିଲେ । ଚଢଉ ବେଳେ ଅଭିଯୁକ୍ତଙ୍କ କାର୍ଯ୍ୟାଳୟରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ ବିଭାଗୀୟ ଅଧିକାରୀ । ଏଥିସହ ସ୍ନିଗ୍ଧାରାଣୀଙ୍କ ସେମିଳିଗୁଡା ବାସଭବନରେ ଚଢଉ କରାଯାଇଥିଲା । ସେଠାରୁ ସେଭଳି କିଛି ମିଳିନଥିଲା । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା ।
ସୂଚନାଥାଉକି, ସିଡିପିଓ ଲାଞ୍ଚ ମାଗୁଥିବା ସମ୍ପର୍କରେ ସମ୍ପୃକ୍ତ ଏସ୍ଏଚ୍ଜିର କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଶୁଣିବା ପରେ ଯୋଜନା କରାଯାଇଥିଲା । ଯୋଜନା ମୁତାବକ ସମ୍ପୃକ୍ତ ସ୍ୱୟଂ ସହାୟିକା ଗୋÂୀର କର୍ମକର୍ତ୍ତା ଦାବି ମୁତାବକ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ସ୍ନିଗ୍ଧାରାଣୀଙ୍କୁ କାର୍ଯର୍୍ୟାଳୟରେ ପ୍ରଦାନ କରିଥିଲେ । ପୂର୍ବରୁ ସେଠାରେ ଛକି ରହିଥିଲେ ଏସଡିପିଓ ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ । ଯେଉଁଥିରେ ସାମିଲ ଥିଲେ ଇନସପେକ୍ଟର ଶିବରାମ ସାହୁ, ସୂର୍ଯ୍ୟକାନ୍ତି ଟାକ୍ରି ପ୍ରମୁଖ । ତୁରନ୍ତ ଭିଜିଲାନ୍ସ ଅଧିକାରୀମାନେ ସିଡିପିଓଙ୍କ କାର୍ଯ୍ୟାଳୟରେ ଚଢଉ କରିଥିଲେ । ଟଙ୍କା ଜବତ କରାଯିବା ପରେ ସ୍ନିଗ୍ଧାରାଣୀଙ୍କ ହାତ ଲାଲ୍ ହୋଇଯାଇଥିଲା । ପରେ ଯାଞ୍ଚ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ଇନସପେକ୍ଟର ପ୍ରମିଳା ସୁନା, ବଙ୍କିମଚନ୍ଦ୍ର ବବାଲି, ରୁକଧର ନାୟକ ପ୍ରମୁଖଙ୍କୁ ନେଇ ଗଠିତ ଅନ୍ୟ ଏକ ଟିମ୍ ସ୍ନିଗ୍ଧାରାଣୀଙ୍କ ସେମିଳିଗୁଡାସ୍ଥିତ ବାସଭବନରେ ଚଢଉ କରିଥିଲେ । ଅଭିଯୁକ୍ତଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିବା ବେଳେ ତାଙ୍କ କଥା ଭଗବାନ ବୁଝିବେ ବୋଲି ପ୍ରତିକ୍ରିୟାରେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons