କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଜଙ୍କିଆ, (ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡ଼ିପଡ଼ା ପଞ୍ଚାୟତ ଟାଙ୍ଗୀସାହିରେ ଏକ କୂଅରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଗ୍ରାମର ମନୋଜ ଶ୍ରୀଚନ୍ଦନଙ୍କ ପତ୍ନୀ ବର୍ଷା ଓ ୬ ବର୍ଷର ଶିଶୁପୁତ୍ର ଲକି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତିରେ ମନୋଜ ଓ ବର୍ଷାଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା । ଆଜି ଅପରାହ୍ନରେ ପଡ଼ିଶା ଘରେ ଭଡ଼ା ରହୁଥିବା ଜଣେ ମହିଳା କୂଅରୁ ପାଣି ଆଣିବାକୁ ଯାଇଥିବାବେଳେ ଶିଶୁର ମୃତଦେହ ଭାସୁଥିବା ଦେଖିଥିଲେ । ଘଟଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପରେ ଖୋର୍ଦ୍ଧା ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚô ମା’ ଓ ଶିଶୁର ମୃତଦେହକୁ କୂଅରୁ ଉଦ୍ଧାର କରିଥିଲେ । ଜଙ୍କିଆ ଥାନାରେ ମନୋଜ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ମନୋଜ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିବାବେଳେ ୮ ବର୍ଷ ତଳେ ଖୋର୍ଦ୍ଧାର ଗଡ଼ହଳଦିଆ ଗ୍ରାମର ବର୍ଷାଙ୍କୁ ପ୍ରେମବିବାହ କରିଥିଲେ । ପରିବାର ଲୋକେ ବିବାହକୁ ଗ୍ରହଣ ନ କରିବାରୁ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଗ୍ରାମଠାରୁ କିଛି ଦୂରରେ ଘର କରି ରହୁଥିଲେ । ବିବାହର କିଛି ବର୍ଷ ସବୁ ଠିକ୍ ଥିବାବେଳେ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା । ତେବେ ମଙ୍ଗଳବାର ରାତିରେ ଝଗଡ଼ା ହେବା ପରେ ବର୍ଷା କେଉଁଆଡେ଼ ନିଖୋଜ ହୋଇଯାଇଥିଲେ । ମନୋଜ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନ ଥିଲେ । ମୃତ ଲକି ବ୍ୟତୀତ ତାଙ୍କର ଅଢେ଼ଇ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି । ଜଙ୍କିଆ ଥାନାଧିକାରୀ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons