ଭଦ୍ରକରେ ପୋଲିସ ଓ ବ୍ଲକ କର୍ମଚାରୀଙ୍କୁ ମାଡ଼ ଘଟଣାରେ ୯ ଗିରଫ

Get real time updates directly on you device, subscribe now.

ଭଦ୍ରକ: ପୋଲିସ ଓ ବ୍ଲକ କର୍ମଚାରୀଙ୍କୁ ମାଡ଼ ଘଟଣାରେ ୯ ଜଣଙ୍କୁ କରି କୋର୍ଟ ଚାଲାଣ କଲା ପୋଲିସ୍। ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାର ବିରୋଧ ସହ ବନ୍ତ ବ୍ଲକ କାର୍ୟ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା। ଏପରି କି ପୋଲିସ୍ ଏବଂ ବ୍ଲକ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା।
ଏହି ଆକ୍ରମଣରେ ୨ ପୋଲିସ୍ ଏବଂ ୨ ବ୍ଲକ କର୍ମଚାରୀ ଆହାତ ହୋଇଥିଲେ। ଏନେଇ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଗୁରୁବାର ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons