ଅନୁଗୋଳ: ଅନୁଗୋଳ ସାମନ୍ତରାପୁର ଗାଁରେ କଙ୍ଗାରୁ କୋର୍ଟ। ପାଖାପାଖି ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି। କାହାକୁ ନିଆଁ ପାଣି ବନ୍ଦ ତ ପୁଣି ଆଉ କାହାକୁ ରାସନ ସାମଗ୍ରୀ ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ୫ ହଜାରରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ କରିଛନ୍ତି ଗାଁ ମୁଖିଆ।
ମିଳିଥିବା ସୂଚନା ଅନୁସାରେ ପୂର୍ବତନ ସରପଞ୍ଚ କଳ୍ପତରୁ ଦାସ ଗାଁ ବୈଠକରେ ଯୋଗ ଦେଇନଥିଲେ। ତେଣୁ ତାଙ୍କୁ ଫାଇନ୍ ସହ ଗାଁରୁ ବାସନ୍ଦ କରାଯାଇଛି। ସେହିପରି ସେହି ଗାଁର ଦେବେନ୍ଦ୍ର ମହାଳିକଙ୍କ ଝିଅ ଭଲ ପାଇ ଅନ୍ୟ କାହା ସହିତ ଚାଲିଥିଲେ। ତେଣୁ ସେହି ପରିବାରକୁ ୫୦ ହଜାର ଟଙ୍କା ଫାଇନ କରିଛନ୍ତି ଗ୍ରାମବାସୀ।
ଠିକ ସେହିପରି ଆଉ ଜଣେ ମହିଳା ଭାରତୀ ପ୍ରଧାନଙ୍କୁ ମଧ୍ୟ ଗାଁ ସରକାରୀ ଜମିରେ ଘର ମଡ଼ାଇ କରିଥିବାରୁ ତାଙ୍କୁ ନିଆଁ ପାଣି ବନ୍ଦ କରିଛନ୍ତି। ଖାଲି ଏ ମାନେ ନୁହଁନ୍ତି , ଏପରି ଆଉ କିଛି ପରିବାରଙ୍କୁ କାଙ୍ଗାରୁ କୋର୍ଟ ଜରିଆରେ ଫାଇନ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି କାଙ୍ଗାରୁ କୋର୍ଟରେ ଶିକାର ହୋଇଥିବା ଲୋକ।
ସେପଟେ କିନ୍ତୁ ପୋଲିସ କି ପ୍ରଶାସନ ସମାଧାନ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁଁ ସମସ୍ୟା ଦିନଙ୍କୁ ଦିନ ଜଟିଳ ହେବା ସହ କିଛିଲୋକ ବାଧ୍ୟ ହୋଇ ଗାଁ ଛାଡୁଥିବା ଜଣାପଡିଛି।


Comments are closed, but trackbacks and pingbacks are open.