୬୪୦ ଲିଟର ଦେଶୀ ରନ୍ଧାମଦ ଜବତ: ୬ ଗିରଫ

Get real time updates directly on you device, subscribe now.

ଭଦ୍ରକ: ଅବକାରୀ ବିଭାଗର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ। ୬୪୦ ଲିଟର ଦେଶୀ ମଦ ଜବତ । ଚୋରା ମଦ ଚାଲାଣ ଓ ବିକ୍ରିରେ ବ୍ୟବହାର ହେଉଥିବା ୨ଟି ବାଇକ ସହ ଏକ ଅଟୋ ମଧ୍ୟ ଜବତ ହୋଇଛି । ଭଦ୍ରକ ଅବକାରୀ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ମିର୍ଜାପୁର , ତିହିଡି , ପାଳିଆ , ଲଞ୍ଜାତାରା ଓ ବିଲଣା ଆଦି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଦେଶୀ ମଦର ପରିମାଣ ହେଉଛି ୬୪୦ ଲିଟର । ମଦ ଚାଲାଣରେ ବ୍ୟବହାର ହେଉଥିବା ଦୁଇଟି ବାଇକ ଓ ୧ ଅଟୋକୁ ମଧ୍ୟ ଜବତ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନଓ ଅନ୍ତର୍ଗତ ବରପଦା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମାଲବାହୀ ଅଟୋରୁ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଗରପଡ଼ା ଥାନା ଅନ୍ତର୍ଗତ ପନ୍ଦାଡ଼ ଗ୍ରାମର ପ୍ରକାଶ କୁମାର ଦାସକୁ ଗିରଫ କରାଯାଇଛି ।
ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ବଜାର ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମୋଟର ସାଇକେଲରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଶ୍ରୀଧର ସେନାପତିକୁ ଗିରଫ କରାଯାଇଛି ଏବଂ ତିହିଡି ଥାନଓ ଅନ୍ତର୍ଗତ ବିଲଣକ୍ଷ ଛକ ନିକଟରେ ଏକ ମୋଟର ସାଇକେଲରୁ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଲଞ୍ଜାତାରା ଗ୍ରାମର ଭଗବାନ ପ୍ରସାଦ ଦାସକୁ ଗିରଫ କରାଯାଇଛି କ୍ଷ
ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମ ଓ ତିହିଡି ଥାନା ଅନ୍ତର୍ଗତ ପୁରୁଣାହାଟ ଓ ପାଳିଆ ବଜାର ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମିର୍ଜାପୁର ଗ୍ରାମର ଦୀପକ ସାମଲ, ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ପାଳିଆ ଗ୍ରାମର ଗଜି ସେଠୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons