ରୋଡ ଡକାୟତି ଘଟଣା:୨ ଲୁଟେରା ଗିରଫ

Get real time updates directly on you device, subscribe now.

ବଲାଙ୍ଗିର: ବଲାଙ୍ଗିର ପୋଲିସ ଡକାୟତି ଅଭୀଯୋଗ ରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭୀଯୁକ୍ତଙ୍କ ନାମ ଇନ୍ଦ୍ରଜିତ ଘିବେଲା (୧୯) ଓ କୁନା ବିଶି (୨୧) ହୋଇଥିବା ବେଳେ ଉଭୟ ଅଭୀଯୁକ୍ତ ସ୍ଥାନୀୟ ମାଧିଆପାଲି ବାସିନ୍ଦା ବୋଲି ଜଣାପଡିଛି । ତବେ ଏହି ମାମଲାରେ ଆଇପିସି ଧାରା ୩୪୪/୩୭୮ ରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛି । ସୁଚନା ଯୋଗ୍ୟ ଯେ, ଗତ ରାତିରେ ଅକାଶ ମିଶ୍ର ରାତି ପ୍ରାୟ ସାଢେ ବାର ଟା ସମୟରେ ନିଜ ଘର ସାଲେଭଟାକୁ ଫେରୁଥିଲେ । ସମ୍ବଲପୁର ରୋଡ ଚେକ୍ ଗେଟ ପରେ ହଠାତ ଦୁଇ ଜଣ ଲୁଟେରା ଆସି ତାଙ୍କ ଗାଡି ରୋକିବା ସହ ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ତେବେ ଆକାଶ ମିଶ୍ର ଜଣକୁ କାବୁ କରି ପୋଲିସ କୁ ଜିମା ଦେବା ସହ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟ ଲୁଟେରା ଜଣକ ଘଟଣା ସ୍ଥଳ ରୁ ଫେରାର ମାରିଥିଲା । ଏହି ଅଭୀଯୋଗ କ୍ରମେ ପୋଲିସ ଫେରାର ଅଭିଯୁକ୍ତ ଜଣକୁ ଆଜି ଧରିବା ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons