ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଝାରସୁଗୁଡ଼ା : ନିଜ ସର୍ଭିସ ରିଭଲଭର୍‌ ରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍‌ପିଏଫ୍‌ ଯବାନ । ମୃତ ଯବାନଙ୍କ ନାମ କମଳା କାନ୍ତ ରୋହିଦାସ ବୋଲି ଜଣାପଡିଛି ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର କମଳାକାନ୍ତ ୨୦୧୭ ମସିହାରେ ସିଆର୍‌ପିଏଫ୍‌ ରେ ଯୋଗଦେଇ ଝାଡଖଣ୍ଡରେ ନିଯୁକ୍ତି ପାଇଥିଲେ। ଏହାର କିଛିଦିନ ପରେ ଛତିଶଗଡ଼ର ସୁକମା ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା । ତେବେ ଗତରାତିରେ ଡୋରାନ୍‌ ପାଲ୍‌ କ୍ୟାମ୍ପରେ ଥିବା ବେଳେ ନିଜ ସର୍ଭିସ ରିଭଲଭର୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ସୁକମା ପୋଲିସ କମଳାକାନ୍ତଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଆଜି ସଂଧ୍ୟା ସୁଦ୍ଧା ବ୍ରଜରାଜନଗର ପହଞ୍ଚିବ କମଳାକାନ୍ତଙ୍କ ମୃତଦେହ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons