ବୈପାରିଗୁଡ଼ା,(ବି.ବି.ନୁ୍ୟଜ୍): ଚାଲାଣ ବେଳେ ବୈପାରିଗୁଡା ପୁଲିସ୍ ହାତରେ %ରାପଡିଛି ୧ କ୍ୱିଣ୍ଟାଲ ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲା କୋଟପାଡ ବ୍ଲକ୍ ବେଟାଗୁଡା ଗାଁର ଦୀପକ ଗୌଡ଼ । ତା’ ପାଖରୁ ଚାଲାଣରେ ବ୍ୟବହୃତ ଗୋଟିଏ ଟ୍ରାକ୍ଟର, ଗୋଟିଏ ମୋବାଇଲ୍ ଫୋନ୍ ସହ ନଗଦ ୪୦୦ ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବୈପାରିଗୁଡା ଥାନାର ଏକ ୪ଜଣିଆ ଟିମ୍ ଲକ୍ଷ୍ମୀପୁର ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟରରେ ପୁଲିସ୍ ସନେ୍ଦହରେ ଅଟକାଇଥିଲା । ଗାଡି ଯାଞ୍ଚ ବେଳେ ଟ୍ରାକ୍ଟର ଡାଲା ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା । ଟ୍ରାକ୍ଟର ଡ୍ରାଇଭର ଦୀପକକୁ ଗିରଫ କରାଯିବା ସହ ଗଞ୍ଜେଇ ବୋଝେଇ ଗାଡିକୁ ପୁଲିସ୍ ଜବତ କରି ଥାନାକୁ ଆଣିଥିଲା । ଆଜି ସକାଳେ ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୧ କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ବୈପାରିଗୁଡା ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ଆଇଆଇସି ଶ୍ରୀ ସାହୁ କହିଛନ୍ତି ।


Comments are closed, but trackbacks and pingbacks are open.