୧କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ: ଜଣେ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍‌ ଏହି ବ୍ରାଉନସୁଗାର ଜବତ କରିଛି । ଧଳାଜହର କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏସଟିଏଫ୍ ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ପ୍ରାୟ ୧ କେଜି ୧୭୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବ୍ରାଉନସୁଗାର କାରବାର ଅଭିଯୋଗରେ ବାଲେଶ୍ବର ଜଳେଶ୍ବର ଅଞ୍ଚଳର ସେକ୍‌ ହସିମ ବକ୍ସକୁ ଗିରଫ କରାଯାଇଛି । ସେକ୍‌ ହସିମ ବାଲେଶ୍ବରରୁ ଭୁବନେଶ୍ବର ଆଣି ବ୍ୟବସାୟ କରୁଥିଲା ଧଳାଜହର ।
ସେହିପରି ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ପର୍ୟ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ । ୨୪ଟି କେସ୍‌ ହୋଇଥିବା ବେଳେ ୪୪ ଜଣ ଗିରଫ ହୋଇଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons