ଧାମନଗର,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି ।
ସ୍ଥାନୀୟ ଦକ୍ଷିଣବାଡ଼ ଗ୍ରାମର ସ୍ୱର୍ଗତ ତ୍ରିଲୋଚନ ପଣ୍ଡାଙ୍କ ପୁଅ ସତ୍ୟଜିତ ପଣ୍ଡା (୨୩) ଆଜି ମଧ୍ୟାହ୍ନ ପ୍ରାୟ ସାଢେ ତିନିଟା ବେଳେ ମୁମୂର୍ଷୁ ଅବସ୍ଥାରେ ପଡିÿଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଖବରପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳେ ପହଞ୍ଚିଥିଲା । ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗଦେଇ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିିତ୍ସିତ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଛି । ଖବରପାଇ ଥାନାଧିକାରୀ ରତିକାନ୍ତ ଗିରି, ଏସଆଇ ମୋତିଲାଲ ମାରାଣ୍ଡି, ଏଏସଆଇ ମହେଶ୍ୱର ପ୍ରଧାନ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ଯେଉଁ ସ୍ଥାନରୁ ସତ୍ୟଜିତଙ୍କୁ ଉଦ୍ଧାର କରାଯାଇଥିଲା, ସେଠାରେ ତାଙ୍କ ବାଇକ ପଡିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ କ୍ଷତାକ୍ତ ହୋଇ ପଡ଼ି ରହିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଗତ କିଛି ମାସ ପୂର୍ବେ ସତ୍ୟଜିତଙ୍କ ସହିତ ଉକ୍ତ ଅଞ୍ଚଳର କେତେକ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଏଥିରେ ଅପରପକ୍ଷର ଯୁବକମାନେ ଗୁରୁତର ଆହତ ହୋଇଥିବା ବେଳେ ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ସତ୍ୟଜିତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ପୁଲିସ ସନେ୍ଦହ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଶ୍ରୀ ଗିରି ପ୍ରକାଶ କରିଛନ୍ତି । ଅପରପକ୍ଷରେ ହତ୍ୟା ଘଟଣାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କେତେକ ଲୋକ ଥାନା ସମ୍ମୁଖରେ ଧାରଣା ବସିଛନ୍ତି ।


Comments are closed, but trackbacks and pingbacks are open.