ଅନୁଗୋଳ: ଅନୁଗୋଳ କଂଗ୍ରେସ ଭବନରେ ଆଜି ପି.ସି.ସି ର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଜଟଣୀ ବିଧାୟକ ସୁର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଅନଗୁଳ ସୁଶୀଲ କୁମାର ଅଗ୍ରୱାଲ ଚଞ୍ଚକତା କରି ଶାଗ ମାଛ ଦରରେ ତଫସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଙ୍କ ଠାରୁ ବେଆଇନ ଭାବେ ୭ ଶହ ଏକର ଏକର ଜାଗା କିଣିଛନ୍ତି। ଏହା ରାଜ୍ୟ ସରକାରଙ୍କ ଭୂ ସଂସ୍କାର ଆଇନର ଧାରାକୁ ଉଲ୍ଲଘଂନ କରାଯାଇଛି ବୋଲି ଦୁଇ ନେତା ଅଭିଯୋଗ କରିଛନ୍ତି।
କଂଗ୍ରେସ ଅଭିଯୋଗ କରିଛି ଯେ, ସୁଶିଲ ଜିଲ୍ଲା ପ୍ରଶାସନର ଏଜେଣ୍ଟ ସାଜି ଶହ ଶହ କୋଟି ଟଙ୍କା ମୁନାଫା ପାଇଛନ୍ତି । ତେଣୁ ତୁରନ୍ତ ତଦନ୍ତ ଦାବି କରିବା ସହ ଏଥିରେ ଯେଉଁମାନେ ସହଯୋଗ କରିଛନ୍ତି ସେହି ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି ସହ ତୁରନ୍ତ ଜମି ଫେରସ୍ତ କରନ୍ତୁ ବୋଲି ଦାବି ରଖିଛନ୍ତି। ଏ ସଂପର୍କରେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ନଚେତ ହାଇକୋର୍ଟ ଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି।
ଅନ୍ୟ ପଟରେ ଅନୁଗୋଳ ପଥରଗଡ଼ ମଦ ମୁତ୍ୟୁରେ ମୃତ ୪ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ସାଙ୍ଗକୁ ମୃତ ପରିବାରଙ୍କୁ ଏକ ରହିବାପାଇଁ ଘର ଏବଂ ପିଲାଙ୍କୁ ମାଗଣା ପଢ଼ାଇବା ଦାୟିତ୍ବ ସରକାର ବହନ କରନ୍ତୁ ବୋଲି ଦାବି ରଖିଛନ୍ତି। ଆଉ ଯେଉଁମାନେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯାଉ ବୋଲି ଦାବି ରଖିଛନ୍ତି।


Comments are closed, but trackbacks and pingbacks are open.