କରଞ୍ଜିଆ: ବାପାର କୁରାଢ଼ୀ ଚୋଟରେ ଝିଅ ଗୁରୁତର। ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଥାନା ଅସୁରା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଝିଅ ବାପ ଘରକୁ ଧାନ କାଟିବା ଆସିଥିଲେ। ହେଲେ ଶେଷରେ ଝିଅ ବାପାର ଆକ୍ରୋଶର ଶିକାର ହୋଇଥିଲେ।
ପାରିବାରିକ କହଳକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଝିଅ ହେଲେ ଯମୁନା ସିଂ। ଗୁରୁତର ଅବସ୍ଥାରେ ତାଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ହେଲେ ମଙ୍ଗଲ ଚାତାର। ବାପା ବିରୋଧରେ ଯଶୀପୁର ଥାନାରେ ଏତଲା ଦେଇଛନ୍ତି ଝିଅ।


Comments are closed, but trackbacks and pingbacks are open.